ଶ୍ରୀହରିକୋଟା(ଆନ୍ଧ୍ରପ୍ରଦେଶ): ଇତିହାସ ରଚିବା ଆଗରୁ ଫେଲ୍ ମାରିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥାର(ଇସ୍ରୋ) ମିଶନ । ଅଧୁରା ରହିଗଲା । ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ‘EOS-03’ ଉତକ୍ଷେପଣ ଶେଷ ମୁହୂର୍ତ୍ତରେ ଫେଲ ମାରିଛି । ଆଜି ଶ୍ରୀହରିକୋଟା ସ୍ଥିତ ସତୀଶ ଧଓ୍ୱନ ସ୍ପେଶ ସେଣ୍ଟରରୁ ସକାଳ ୫ଟା ୪୩ ମିନିଟରେ ସାଟେଲାଇଟ ଉତକ୍ଷେପଣ କରାଯାଇଥିଲା । EOS-3 ଉପଗ୍ରହକୁ GSLV-F10 ରକେଟ ସାଙ୍ଗରେ ନେଇ ମହାକାଶ ଅଭିମୁଖେ ଯାଇଥିଲା ।
ଉତକ୍ଷେପଣ ପରେ ସାଟେଲାଇଟ୍ ଦୁଇଟି ପର୍ଯ୍ୟାୟ ସଫଳତା ହାସଲ କରିଥିଲା । କିନ୍ତୁ ତୃତୀୟ ପର୍ଯ୍ୟାୟରେ EOS-3 ଉପଗ୍ରହ ରକେଟରୁ ଅଲଗା ହେବା ପୂର୍ବରୁ କ୍ରାୟୋଜେନିକ୍ ଇଞ୍ଜିନରେ ଦେଖାଦେଇଥିଲା ଯାନ୍ତ୍ରିକ ତ୍ରୁଟି । ଫଳରେ ସିଗନାଲ୍ ମିଳିବା ବନ୍ଦ ହୋଇଯାଇଥିଲା । ଶେଷ ମୁହୂର୍ତ୍ତରେ ଫେଲ୍ ମାରିଥିଲା ଇସ୍ରୋର ଏହି ମହତ୍ତ୍ୱାକାଂକ୍ଷୀ ମିଶନ ।
ଏହାପରେ ଇସ୍ରୋ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ, GSLV-F10ର ଉତକ୍ଷେପଣ ଭୋର ୫.୪୩ରେ ହୋଇଥିଲା । ଏଥିପାଇଁ ଭୋର ୩.୪୩ରୁ ଆରମ୍ଭ କରାଯାଇଥିଲା କାଉଣ୍ଟଡାଉନ । ଉତକ୍ଷେପର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ସ୍ୱାଭାବିକ ଥିଲା । ତେବେ କ୍ରୟୋଜେନିକ ଇଞ୍ଜିନର ଉପରି ଭାଗରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମିଶନ ସଫଳ ହୋଇନାହିଁ ।
GSLV-F10 launch took place today at 0543 Hrs IST as scheduled. Performance of first and second stages was normal. However, Cryogenic Upper Stage ignition did not happen due to technical anomaly. The mission couldn’t be accomplished as intended.
— ISRO (@isro) August 12, 2021
Comments are closed.