Latest Odisha News

BREAKING NEWS

ଆଜିଠୁ +୨ ନାମଲେଖା ପାଇ ଆବେଦନ ପ୍ରକ୍ରିୟା ଆରମ୍ଭ, ଏମିତି କରିବେ ପଞ୍ଜିକରଣ

ଭୁବନେଶ୍ୱର: ଆଜିଠାରୁ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମଲେଖା ପାଇଁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା । କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତି ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଏଥିପାଇଁ www.samsodisha.gov.in ଜରିଆରେ ଛାତ୍ରଛାତ୍ରୀ ଆବେଦନ କରିବେ । ସେପ୍ଟେମ୍ବର ୫  ତାରିଖ ରହିଛି ଆବେଦନର ଶେଷ ତାରିଖ ।

ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ହେଲେ ଛାତ୍ରଛାତ୍ରୀଙ୍କ ମୋବାଇଲ୍‌ ନମ୍ବରକୁ ସାମ୍‌ସ ପୋର୍ଟାଲରେ ପଞ୍ଜିକରଣ କରିବେ । କାରଣ ନାମଲେଖା ସମ୍ପର୍କିତ ସମସ୍ତ ସୂଚନା ପଞ୍ଜିକୃତ ମୋବାଇଲ୍‌ ନମ୍ବରକୁ ଯିବ । କଲେଜ ଚୟନ ପୂର୍ବରୁ ନାମଲେଖା ଫି’ ଯାଞ୍ଚ କରିବାକୁ କୁହାଯାଇଛି ।

ଆବେଦନ ପ୍ରକ୍ରିୟା ସରିବା ପରେ ସେପ୍ଟେମ୍ବର ୧୩ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ସେପ୍ଟମ୍ୱର ୧୪ରୁ ୨୧ ତାରିଖ ଭିତରେ ନାମଲେଖା ହେବ  । ସେପ୍ଟେମ୍ୱର ୨୭ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ବାହାରିବା ପରେ ଏଥିପାଇଁ ୨୯ ତାରିଖରୁ ଅକ୍ଟୋବର ୧ ଯାଏ ଆଡମିସନ୍ ହେବ ।

ଅକ୍ଟୋବର ୪ ତାରିଖରେ ସ୍ପଟ୍ ନାମଲେଖା ତାଲିକା ପ୍ରକାଶ ପାଇବ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଟୋଲ୍ ଫ୍ରି ନମ୍ୱର ୧୮୦୦-୩୪୫-୬୭୭୦ ଜାରି କରାଯାଇଛି । ଚଳିତବର୍ଷ ମାଟ୍ରିକରେ ପାସ୍ ହାର ଅଧିକ ଥିବାରୁ ରାଜ୍ୟ ସରକାର କଲେଜଗୁଡ଼ିକରେ ଭିତ୍ତିଭୂମି ଅନୁସାରେ ପାଖାପାଖି ୫୫ହଜାର ସିଟ୍ ବଢ଼ାଇଛନ୍ତି ।

Leave A Reply

Your email address will not be published.