Latest Odisha News

BREAKING NEWS

ରାହୁଲ ଗାନ୍ଧିଙ୍କ ପରେ କଂଗ୍ରେସର ଟ୍ୱିଟର ଆକାଉଣ୍ଟ ସସପେଣ୍ଡ

ନୂଆଦିଲ୍ଲୀ: ଟ୍ୱିଟର ଓ କଂଗ୍ରେସ ଭିତରେ ଟକ୍କର । କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ଦଳର କିଛି ବରିଷ୍ଠ ନେତା ପରେ କଂଗ୍ରେସର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟକୁ ଲକ୍ ହୋଇଛି । ଏନେଇ ଦଳ ପକ୍ଷରୁ ଫେସବୁକ୍ ପୋଷ୍ଟ ଜରିଆରେ ସୂଚନା ଦିଆଯାଇଛି । ତେବେ ଏନେଇ ଲଢ଼େଇ ଜାରି ରହିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

ଫେସବୁକ ପୋଷ୍ଟରେ କଂଗ୍ରେସ ପକ୍ଷରୁ ଲେଖାଯାଇଛି ଯେ, ଯେତେବେଳେ ଦଳୀୟ ନେତାଙ୍କୁ ଜେଲରେ ବନ୍ଦ କରିଦିଆଯାଇଥିଲା ସେତେବେଳେ ଡରି ନଥିଲେ । ଏବେ ଟ୍ୱିଟର ଆକାଉଣ୍ଟ ବନ୍ଦ କଲେ କଣ ଡରିଯିବେ କି । ଆମେ କଂଗ୍ରେସ, ଜନତାଙ୍କ ସନ୍ଦେଶ । ଆମେ ଲଢ଼ିବୁ, ଲଢ଼େଇ ଜାରି ରଖିବୁ ।

ଦଳ କହିଛି, ଦୁଷ୍କର୍ମ ପୀଡ଼ିତଙ୍କୁ ନ୍ୟାୟ ଦେବାରେ ସ୍ୱର ଉଠାଇବା ଯଦି ଅପରାଧ ତେବେ କଂଗ୍ରସ ଏହି ଭୁଲ୍ ଶହେ ଥର କରିବ । ଦିଲ୍ଲୀରେ ଜଣେ ନଅ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ପରେ ତାଙ୍କ ପରିବାରକୁ ଭେଟିଥିଲେ ରାହୁଲ ଗାନ୍ଧି ।

ପୀଡ଼ିତାଙ୍କ ପରିବାରକୁ ଭେଟିବାର ଫଟୋ ଟ୍ୱିଟ୍ କରିବା ପରେ ରାହୁଲଙ୍କ ଟ୍ୱିଟର ଆକାଉଣ୍ଟକୁ ସସପେଣ୍ଡ କରିଥିଲା ଟ୍ୱିଟର୍ । ସେହିପରି କଂଗ୍ରେସ ନେତା ଅଜୟ ମାକନ, ରଣଦୀପ ସୂର୍ଯ୍ୟେଓ୍ୱାଲା, ସୁସ୍ମିତା ଦେବ ଭଳି ନେତାଙ୍କ ଆକାଉଣ୍ଟ ବି ସସପେଣ୍ଡ ହୋଇଛି । ଏବେ ନିୟମର ଉଲ୍ଲଂଘନ ଅଭିଯୋଗରେ କଂଗ୍ରେସର ଆକାଉଣ୍ଟକୁ ଲକ୍ କରିଛି ଟ୍ୱିଟର୍ ।

Leave A Reply

Your email address will not be published.