Latest Odisha News

BREAKING NEWS

ଜିଏସଟି: ଅପ୍ରେଲ-ନଭେମ୍ବର ମଧ୍ୟରେ ବଜେଟ ଅନୁମାନ ଠାରୁ ୪୦ ପ୍ରତିଶତ କମ ସିଜିଏସଟି କଲେକ୍ସନ

ଭୁବନେଶ୍ୱର: ଏହି ବର୍ଷ ଅପ୍ରେଲ ରୁ ନଭେମ୍ବର ମଧ୍ୟରେ ସେଣ୍ଟ୍ରାଲ ଜିଏସଟି କଲେକ୍ସନ ବଜେଟ ଅନୁମାନ ଠାରୁ ୪୦ପ୍ରତିଶତ କମ | ସଂସଦରେ ଆଗତ ତଥ୍ୟ ଅନୁଯାୟୀ ଏହା ୪୦ପ୍ରତିଶତ କମ ରହିଛି | ବିତ୍ତ ରାଜ୍ୟ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ , ଏହି ବର୍ଷ ଅପ୍ରେଲ ରୁ ନଭେମ୍ବର ମଧ୍ୟରେ ୩,୨୮,୩୬୫ କୋଟି ଟଙ୍କା ସେଣ୍ଟ୍ରାଲ ଜିଏସଟି କଲେକ୍ସନ ହୋଇଥିବାବେଳେ, ୫,୨୬,୦୦୦ ହେବ ବୋଲି ଆଶା କରାଯାଉଥିଲା | ମନ୍ତ୍ରୀ କହିଲେଯେ ବିତ୍ତ ବର୍ଷ ୨୦୧୮-୨୦୧୯ ରେ ସେଣ୍ଟ୍ରାଲ ଜିଏସଟି କଲେକ୍ସନ ୪,୫୭,୫୩୪ କୋଟି ଟଙ୍କା କଲେକ୍ସନ ହୋଇଥିବାବେଳେ ଅସ୍ଥାୟୀ ରୂପେ ଏହାର ପରିମାଣ ୬,୦୩,୯୦୦ କୋଟି ଟଙ୍କା ଅନୁମାନ କରାଯାଇଥିଲା |

ବିତ୍ତ ରାଜ୍ୟମନ୍ତ୍ରୀ କହିବାମୁତାବିକ ୨୦୧୭-୧୮ ସେଣ୍ଟ୍ରାଲ ଜିଏସଟି କଲେକ୍ସନ ୨,୦୩,୨୬୧ କୋଟି ଟଙ୍କା ହୋଇଥିଲା | ଠାକୁର ଗୋଟିଏ ଗୁରୁତ୍ୱପୂର୍ଣ ସୂଚନା ଦେଇ କହିଲେ ଚଳିତ ବିତ୍ତ ବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ଜିଏସଟି ଚୋରୀ ର ୯୯୯ ମାମଲା ପଞ୍ଜିକୃତ ହୋଇଛି, ଯାହାପରେ ୮,୧୩୪.୩୯ କୋଟି ଟଙ୍କା ଆଦାୟ କରାଯାଇଛି | ସେ ସୂଚନା ଦେଇ କହିଲେ ଯେ ୨୦୧୮-୧୯ ମଧ୍ୟରେ ୧,୪୭୩ ମାମଲାରୁ ୧୯,୩୯୫.୨୬ କୋଟି ଟଙ୍କା ଆଦାୟ କରାଯାଇଛି | ସେହିପରି ୨୦୧୭-୧୮ ବିତ୍ତ ବର୍ଷ ରେ ୧୪୮ ମାମଲା ରୁ ୭୫୭.୮୧ କୋଟି ଟଙ୍କା ଆଦାୟ ହୋଇଥିଲା |

ଠାକୁର କହିଲେ ଯେ ଜିଏସଟି ଚୋରି ରୋକିବାକୁ ଟେକ୍ନୋଲୋଜି କୁ ମଜଭୁତ କରିବା ପାଇଁ ସିଷ୍ଟମ ଆଧାରିତ ଅନାଲିଟିକ ଟୁଲ ଓ ସିଷ୍ଟମ ଜେନେରେଟେଡ଼ ଇଣ୍ଟେଲିଜେଣ୍ଟ ଉପରେ ବିଶେଷ ଧ୍ୟାନ ଦିଆଯାଉଛି |

Leave A Reply

Your email address will not be published.