Latest Odisha News

BREAKING NEWS

୫୨ତମ ଜିଏସଟି ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ମିଲେଟ ଉପରୁ ହଟିବ ଟାକ୍ସ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ୫୨ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମିଲେଟ ଉପରୁ ଟିକସ ଛାଡ, ଚିନି ସିରା ଉପରେ ଜିଏସଟି ହ୍ରାସ ପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆ ଯାଇଛି ।  ଏହାବ୍ୟତୀତ ଜିଏସଟି ଟିକସ ହାରରେ ପରିବର୍ତ୍ତନ, ବ୍ୟବସାୟକୁ ସୁଗମ କରିବା ଏବଂ ଜିଏସଟିରେ ଅନୁପାଳନକୁ ସୁବ୍ୟବସ୍ଥିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଜିଏସଟି କାଉନସିଲ  ବୈଠକରେ ଆଲୋଚନା ହୋଇଥିଲା ।

BjdElectrycity

ବୈଠକ ନିଷ୍ପତ୍ତି ଅନୁସାରେ, ଏଚଏସ ୧୯୦୧ ବର୍ଗରେ ଆସୁଥିବା ଗୁଣ୍ଡ ଆକାରରେ ଏବଂ ଅତିକମରେ ୭୦% ଓଜନର ମିଲେଟ୍ ବା ଶ୍ରୀ ଅନ୍ନ ଥିବା ଅଟା ଖୋଲାରେ ବିକ୍ରି ହେଉଥିଲେ ଏହା ଉପରେ କୌଣସି ଜିଏସଟି ଶୁଳ୍କ ଲାଗୁ ହେବ ନାହିଁ। ଅନ୍ୟପଟେ ଆଗୁଆ ପ୍ୟାକେଟ୍ ହୋଇ ଲେଭଲ ଥାଇ ବିକ୍ରି ହେଲେ ୫% ଜିଏସଟି ଲାଗୁ ହେବ ।

ସେହିପରି, ଉପକୂଳରେ ଯାତ୍ରା କରିବାକୁ ମାର୍ଗ ପରିବର୍ତ୍ତନ କଲେ ବିଦେଶ ଯାତ୍ରା କରୁଥିବା ଜାହାଜଗୁଡ଼ିକ  ମୂଲ୍ୟ ଉପରେ ୫% ଆଇଜିଏସଟି ପଇଠ କରିବେ। ତେବେ ପର୍ଯ୍ୟଟନକୁ  ପ୍ରୋତ୍ସାହିତ କରିବା ଲାଗି ବିଦେଶୀ ପତାକା ଥିବା ବିଦେଶୀ ଜାହାଜ ଉପକୂଳରେ ଯାତ୍ରା କରିବା ସମୟରେ ସର୍ତ୍ତମୂଳକ ଓ ସୀମିତ ଅବଧିର ଆଇଜିଏସଟି ଛାଡ଼ କରାଯିବ।

ଆଲକହଲ ଯୁକ୍ତ ମଦ ଉତ୍ପାଦନ ଲାଗି ବ୍ୟବହୃତ ଅତିରିକ୍ତ ସାଧାରଣ ମଦ (ଇଏନଏ) ଜିଏସଟି ବାହାରେ ରଖିବାକୁ ଜିଏସଟି ପରିଷଦ ସୁପାରିସ କରିଛି । ଚିନି ସିରା ଉପରେ ଜିଏସଟି ୨୮%ରୁ ୫%କୁ ହ୍ରାସ କରାଯିବ । ଏହି ପଦକ୍ଷେପ ଚିନ ମିଲଗୁଡ଼ିକ ପାଇଁ ଅଧିକ ନଗଦ ଅର୍ଥ ବୃଦ୍ଧି କରିବ ଏବଂ ଆଖୁ ଚାଷୀଙ୍କ ଆଖୁ ବକେୟା ଶୀଘ୍ର ପରିଶୋଧ  କରିବାରେ ସକ୍ଷମ କରିବ ।   ଏହାବ୍ୟତୀତ ଜଳ ଯୋଗାଣ, ଜନସ୍ୱାସ୍ଥ୍ୟ, ପରିମଳ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ବସ୍ତି ଉନ୍ନତିକରଣ ଏବଂ ସରକାରୀ କର୍ତ୍ତୃପକ୍ଷଙ୍କୁ ଯୋଗାଇ ଦିଆଯାଉଥିବା ଉନ୍ନତିକରଣ ସେବାରୁ ଟିକସମୁକ୍ତ କରିବାକୁ ଜିଏସ୍ ଟି ପରିଷଦ ସୁପାରିସ କରିଛି।

ଏହି ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ଅର୍ଥ ବିଭାଗ ଦାୟିତ୍ୱ ନିର୍ବାହ କରୁଥିବା ଗୋଆ ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ (ବିଧାନସଭା ସହିତ)  ଅର୍ଥମନ୍ତ୍ରୀ ଏବଂ ଅର୍ଥ ମନ୍ତ୍ରଣାଳୟ ତଥା ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.