Latest Odisha News

BREAKING NEWS

ଅମିତାଭଙ୍କୁ ପସନ୍ଦ ହେଲା ସାଧୁଙ୍କ ମୁଣ୍ଡର ସୌରଶକ୍ତି ଚାଳିତ ପଙ୍ଖା

ମୁମ୍ବାଇ : ବଲିଉଡ଼ର ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଜଣେ ସାଧୁ ମୁଣ୍ଡରେ ସୌରଶକ୍ତି ଚାଳିତ ପଙ୍ଖା ଲଗାଇଥିବା ଦୃଶ୍ୟ ବେଶ୍ ଆକୃଷ୍ଟ କରିଛି । ଏହାର ଭିଡ଼ିଓକୁ ନିଜେ ବିଗ୍ ବି ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ସାଧୁ ଜଣକ ଗେରୁଆ ଡ଼୍ରେସ ପିନ୍ଧିବା ସହ ହାତରେ ଘଣ୍ଟା ଲଗାଇଛନ୍ତି । ସେ ମୁଣ୍ଡରେ ହେଲମେଟ୍ ଉପରେ ଏକ ସୌରଶକ୍ତି ପ୍ୟାନେଲ ଲାଗିଥିବା ପଙ୍ଖା ଲଗାଇଛନ୍ତି, ଯାହା ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି । ଗରମରୁ ରକ୍ଷା ପାଇବା ପାଇଁ ସେ ଏଭଳି ଅଭିନବ ପନ୍ଥା ଆପଣାଇଛନ୍ତି । ଏବେ ଏହାର ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ଏଥିରେ ଆକର୍ଷିତ ହୋଇ ଅମିତାଭ ଟ୍ୱିଟରରେ ଲେଖିଛନ୍ତି ଯେ, ‘ଭାରତ ଉଦ୍ଭାବନର ଜନନୀ । ଭାରତ ମାତା କି ଜୟ ।’

Leave A Reply

Your email address will not be published.