Latest Odisha News

BREAKING NEWS

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବଢିଲା ସମସ୍ୟା ! ମାନହାନୀ ମାମଲାରେ ଅରବିନ୍ଦ କେଜ୍ରିୱାଲ ଓ ସଞ୍ଜୟ ସିଂଙ୍କୁ ଅହମଦାବାଦ କୋର୍ଟଙ୍କ ସମନ

 ଅହମଦାବାଦ : ଗୁଜରାଟ ବିଶ୍ୱବିଦ୍ୟାଳୟ ଅଭିଯୋଗ ଆଧାରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆପ୍ ନେତା ସଞ୍ଜୟ ସିଂଙ୍କୁ ମାନହାନୀ ମାମଲାରେ ସମନ ଜାରି କରିଛନ୍ତି ଗୁଜରାଟର ଅହମଦାବାଦ କୋର୍ଟ । ଗୁଜରାଟ ବିଶ୍ୱବିଦ୍ୟାଳୟ ମାନହାନୀ ମାମଲା ରୁଜୁ କରିବା ପରେ କୋର୍ଟ ଏହି ସମନ ଜାରି କରିଛନ୍ତି। ଅହମଦାବାଦ କୋର୍ଟର ‘ଆଡିସନାଲ ଚିଫ୍ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ’ ଜୟଶଭାଇ ଚୋୱାଟିୟା, କେଜ୍ରିୱାଲ ଏବଂ ସଞ୍ଜୟ ସିଂଙ୍କୁ ସମନ ଜାରି କରି ମେ ୨୩ରେ ହାଜର ହେବାକୁ କହିଛନ୍ତି। ଗୁଜରାଟ ବିଶ୍ୱବିଦ୍ୟାଳୟ ଅଭିଯୋଗରେ ଦର୍ଶାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ବା ଡିଗ୍ରୀ ପ୍ରସଙ୍ଗରେ କେଜ୍ରିୱାଲ ଏବଂ ସଞ୍ଜୟ ସିଂ ବିଶ୍ୱବିଦ୍ୟାଳୟ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି।

ସୂଚନାଯୋଗ୍ୟ, ଗୁଜରାଟ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପୀୟୁଷ ପଟେଲଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଆଇପିସିର ଧାରା ୫୦୦ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଅଭିଯୋଗରେ ଦର୍ଶାଯାଇଛି ଯେ ସାମ୍ବାଦିକ ସମ୍ମିଳନୀରେ ତଥା ଟ୍ୱିଟର ହ୍ୟାଣ୍ଡେଲରେ ଅରବିନ୍ଦ କେଜ୍ରିୱାଲ ଏବଂ ସଞ୍ଜୟ ସିଂ ବିଶ୍ୱବିଦ୍ୟାଳୟ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ଯାହା ଦ୍ବାରା ଅନୁଷ୍ଠାନର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚିଛି। ଅଭିଯୋଗକାରୀଙ୍କ ଓକିଲ କହିଛନ୍ତି ଯେ ‘ଗୁଜରାଟ ବିଶ୍ୱବିଦ୍ୟାଳୟ ୭୦ବର୍ଷ ପୂର୍ବେ ପ୍ରତିଷ୍ଠିତ ହୋଇଥିଲା ଏବଂ ଏହା ଲୋକଙ୍କ ମଧ୍ୟରେ ସୁନାମ ଅର୍ଜନ କରିଥିଲା। ଏହି ଅଭିଯୋଗ ବିଶ୍ୱବିଦ୍ୟାଳୟର ବିଶ୍ୱସନୀୟତାକୁ କ୍ଷତି ପହଞ୍ଚାଇଛି।

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ ‘ଯଦି ଡିଗ୍ରୀ ଅଛି ଏବଂ ଏହା ସଠିକ୍, ତେବେ ଏହାକୁ କାହିଁକି ଦିଆଯାଇପାରିବ ନାହିଁ?’ ବିଶ୍ୱବିଦ୍ୟାଳୟ ଡିଗ୍ରୀ ଦେଉ ନାହିଁ, କାରଣ ଏହା ନକଲି। ଯଦି ପ୍ରଧାନମନ୍ତ୍ରୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଗୁଜରାଟ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ, ତେବେ ଗୁଜରାଟ ବିଶ୍ୱବିଦ୍ୟାଳୟ ଖୁସିରେ ପ୍ରମାଣ ଦେବା ଉଚିତ୍, କାରଣ ତାଙ୍କ ବିଶ୍ୱବିଦ୍ୟାଳୟରେ ପଢ଼ିଥିବା ଛାତ୍ର ଆଜି ଦେଶର ପ୍ରଧାନମନ୍ତ୍ରୀ।

Leave A Reply

Your email address will not be published.