Latest Odisha News

BREAKING NEWS

ଆଜି ପଦ୍ମପୁର ଉପନିର୍ବାଚନ ଫଳାଫଳ, ୨୩ ରାଉଣ୍ଡରେ ଗଣତି

ପଦ୍ମପୁର: ଆଜି ଆସିବ ପଦ୍ମପୁର ଉପନିର୍ବାଚନ ଫଳ । ଆଉ କିଛି ସମୟର ଅପେକ୍ଷା । ଟ୍ରେଣ୍ଡ ଧୀରେ ଧୀରେ ବଢିବା ସହିତ ଫଳାଫଳ ଜଣାପଡିବ । ମୋଟ ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି । ସାଢେ ୮ଟାରେ ଇଭିଏମ ଭୋଟ୍ ଗଣତି ହେବ ।  କିଏ ମାରିବ ବାଜିମାତ୍ ?  ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି । ବିଜେପି ଓ ବିଜେଡି ଜିତିବାର ଦୃଢୋକ୍ତି ଦେଇଥିବା ବେଳେ କଂଗ୍ରେସ ହାତ ଟେକିଦେଇଛି ।

ଦିବଙ୍ଗତ ନେତା ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷା ସିଂ ବରିହା ଅଧିକ ଭୋଟରେ ଜିତିବା ନେଇ ମତ ଦେଇଛନ୍ତି ଦଳର ବରିଷ୍ଠ ନେତା ଦାମ ରାଉତ । ବର୍ଷାଙ୍କ ପାଇଁ ବିଜେଡିର ମଙ୍ଗୁଆଳ ନେତା ପଦ୍ମପୁର ଯାଇ ଭୋଟ ଭିକ୍ଷା କରିଥିଲେ । ଧାମନଗରରେ ଭୁଲକୁ ନଦୋହରାଇ ବିଡେଜି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ପଦ୍ମପୁର ପ୍ରଚାରକୁ ଯିବା ପାଇଁ ବାଧ୍ୟ ହୋଇଥିଲେ ।

ସେପଟେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସପକ୍ଷରେ ଭୋଟ୍ ହାତେଇବାକୁ କେନ୍ଦ୍ର ମନ୍ତ୍ରୀଙ୍କ ଲମ୍ୱା ଲାଇନ୍ ଲଗାଇଥିଲା । ବିଶାଳ ସମାବେଶରେ ବିପୁଳ ସଂଖ୍ୟାରେ ଯୋଗଦେଇ ପ୍ରଦୀପଙ୍କ ପ୍ରତି ସମର୍ଥନ ଜଣାଇଥିଲେ ପଦ୍ମପୁରବାସୀ ।

କିନ୍ତୁ କଂଗ୍ରେସର ପ୍ରଚାର ଫିକା ପଡିଥିଲା । ସତ୍ୟଭୁଷଣ ସାହୁ ଘର ଘର ବୁଲି ପ୍ରଚାର କରିବା ଦେଖିବାକୁ ମିଳିଥିଲା । ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୧୦ ଜଣଙ୍କ ଭାଗ୍ୟ ପେଡ଼ି ଆସନ୍ତାକାଲି ଖୋଲିବ ।  ଏ ଭୋଟରଙ୍କ ମନ ଜିତିପାରିଛନ୍ତି, ତାହା ଜଣାପଡିବ । ଚାଷୀ ଦରଦ ବନାମ ଜିଲ୍ଲା ମାନ୍ୟତା, ଅଭିଜ୍ଞତା ବନାମ ଅନୁକମ୍ପା; କେଉଁଟି ଭୋଟରଙ୍କୁ ଅଧିକ ପ୍ରଭାବିତ କରିଛି, ତାହା ସ୍ପଷ୍ଟ ହେବ ।

ଚଳିତ ଉପନିର୍ବାଚନରେ ୮୧.୨୯ % ଭୋଟ୍ ପଡିଛି । ୨୦୧୯ ନିର୍ବାଚନରେ ପଦ୍ମପୁରରେ ୭୯.୮% ମତଦାନ ହୋଇଥିଲା ।

Leave A Reply

Your email address will not be published.