Latest Odisha News

ଗୁଜରାଟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଜିଗ୍ନେଶ ମେଭାଣୀଙ୍କୁ ୬ ମାସର ଜେଲଦଣ୍ଡ

ଅହମ୍ମଦାବାଦ: ଗୋଆ କଂଗ୍ରେସକୁ ଝଟକା ପରେ ଏବେ ଗୁଜରାଟ କଂଗ୍ରେସକୁ ଝଟକା ଲାଗିଛି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ବେଳେ ଗୋଆ କଂଗ୍ରସର 8 ବିଧାୟକ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ । ଏହାକୁ ନେଇ ଚାରିଆଡେ ଚର୍ଚା ଚାଲିଛି । ଜାତୀୟ ଗଣମାଧ୍ୟମ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରୁଛନ୍ତି । ଏବେ ଖବର ଅନୁଯାୟୀ  ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଜିଗ୍ନେଶ ମେଭାଣୀଙ୍କୁ ଅହମ୍ମଦାବାଦର ଏକ କୋର୍ଟ ୬ମାସ ଜେଲ ଦଣ୍ଡ ଶୁଣାଇଛନ୍ତି  ।

କେବଳ ମେଭାଣୀଙ୍କୁ ଜେଲଦଣ୍ଡ ହୋଇନି ତାଙ୍କ ସମର୍ଥକ ୧୯ ଜଣଙ୍କୁ ମଧ୍ୟ ଜେଲ ଦଣ୍ଡ ଶୁଣାଇଛନ୍ତି । 2016 ଦଙ୍ଗା ମାମଲାରେ କୋର୍ଟ ଏହି ଦଣ୍ଡ ଶୁଣାଇଛନ୍ତି । ଗୁଜୁରାଟ ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନକୁ ବିରୋଧ କରିବା ସମୟରେ ମେଭାଣୀଙ୍କ ସମେତ ତାଙ୍କ ସମର୍ଥକ ପ୍ରବଳ  ହିଂସାକାଣ୍ଡ ଘଟାଇଥିଲେ । ସେହି ମାମଲାର ଶୁଣାଣି ଚାଲିଥିବା ବେଳେ ଏବେ ରାୟ ପ୍ରକାଶ ପାଇଛି ।

ମେଭାଣୀ ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନରେ ସ୍ୱାଧୀନ ଭାବେ ଲଢି ବିଜୟୀ ହେବାପରେ କଂଗ୍ରେସରେ ସାମିଲ ହୋଇଥିଲେ । ଜିଗ୍ନେଶଙ୍କର ଦଳିତ ଭୋଟ ବ୍ୟାଙ୍କ ରହିଛି । ସେ ଜେଲ ଯିବା ପରେ ତାଙ୍କ ଭୋଟ ବ୍ୟାଙ୍କରେ ଫାଟ ସୃଷ୍ଟି ହେବା ନେଇ ଆଲୋଚନା ହେଉଛି ।

Leave A Reply

Your email address will not be published.