Latest Odisha News

BREAKING NEWS

ମୋଦି ସାଂଜ୍ଞା ପାଇଁ ଫସିଥିଲେ ରାହୁଲ, ସାର୍ଟିଫିକେଟ ମାଗି ଫସିଲେ କେଜ୍ରିୱାଲ; ଦେବେ ୨୫ ହଜାର ଜରିମାନା

ଅହମ୍ମଦାବାଦ:ରାହୁଲଙ୍କ ପରେ ଫସିଲେ କେଜ୍ରିୱଲ । ଜଣେ ସାଂଜ୍ଞା ପାଇଁ ଅନ୍ୟ ଜଣେ ସାର୍ଟିଫକେଟ ପାଇଁ । ମୋଦି ସାଂଜ୍ଞାକୁ ନେଇ ବିବାଦୀୟ ବୟାନ ଦେଇ ଫସିଥିଲେ ରାହୁଲ ଗାନ୍ଧି । କୋର୍ଟ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଦେବା ପରେ ସାଂସଦ ପଦ ହରାଇଲେ । ରାହୁଲଙ୍କ ପରେ ଏବେ ଫସିଛନ୍ତି ଦିଲ୍ଲୀ ପ୍ରଧାନମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲ ମୋଦିଙ୍କ ଶିକ୍ଷାଗତ ପ୍ରମାଣପତ୍ର ମାଗି ଫସିଛନ୍ତି । ଗୁଜରାଟ ହାଇକୋର୍ଟ ତାଙ୍କୁ  ୨୫ ହଜାର ଟଙ୍କାର ଜରିମାନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପତ୍ର ମାଗିଥିଲେ । ସେ ଜାଣିବାକୁ ଚାହିଁଥିଲେ ମୋଦି କ’ଣ ପଢିଛନ୍ତି । ଏଥିପାଇଁ ଗୁଜରାଟ ହାଇକୋର୍ଟ କେଜ୍ରିୱାଲଙ୍କ ଉପରେ ୨୫ ହଜାର ଜରିମାନା କରିବା ସହ PMOକୁ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ସାର୍ବଜନୀନ କରିବାର ଆବଶ୍ୟକତା ନାହିଁ ।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟ ସୂଚନା କମିଶନର ଏକ ଆଦେଶ ଜାରି କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ନାତକ ଏବଂ ସ୍ନାତକୋତ୍ତର ଡିଗ୍ରୀ ସାର୍ବଜନୀନ କରିବା ପାଇଁ କୁହାଯାଇଥିଲା । ଏହି ଆଦେଶକୁ ଗୁଜୁରାଟ ହାଇକୋର୍ଟରେ ବିରୋଧ କରାଯାଇଥିଲା । କୋର୍ଟ ଏହି ଆଦେଶ ଉପରେ ଷ୍ଟେ ଲଗାଇଥିଲେ ।

ଅନ୍ୟପକ୍ଷେ କେଜ୍ରିୱାଲ ଏ ସମ୍ପର୍କିତ ତଥ୍ୟ ମାଗିବାରୁ ତାଙ୍କ ଉପରେ କୋର୍ଟ ଜରିମାନା ଥୋପିଛନ୍ତି । ଏହି ମାମଲା ଗୁଜରାଟ ୟୁନିଭରସିଟି ପକ୍ଷରୁ ହାଇକୋର୍ଟରେ ଦାୟର କରାଯାଇଥିଲା । ମାମଲାରେ RTIର ଅପବ୍ୟବହାର କରାଯାଉଥିବା ୟୁନିଭର୍ସିଟି ପକ୍ଷରୁ କୁହାଯାଇଥିଲା । ଏହି ବିବାଦର ବିଚାର କରି ହାଇକୋର୍ଟ ମାମଲା ଉପରେ ଷ୍ଟେ କରିଥିବାରବେଳେ କେଜ୍ରିୱାଲଙ୍କ ଉପରେ ଜରିମାନା ଲଗାଇଛନ୍ତି ।

ଅନ୍ୟପକ୍ଷେ କୋର୍ଟଙ୍କ ଏପରି ଆଦେଶରେ କେଜ୍ରିୱାଲ କ୍ଷୋଭ ପ୍ରକାଶ କରିଛନ୍ତି । ଦେଶରନଗରିକ ଭାବେ ପ୍ରଧାନମନ୍ତ୍ରୀଙ୍କ ଶକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବା ପାଇଁ ତାଙ୍କର ଅଧିକାର ନାହିଁ କି ବୋଲି ସେ ପ୍ରଶ୍ନ କରିଛନ୍ି । କୋର୍ଟ ଏହାକୁ କାହିଁକି ବିରୋଧ କରୁଛନ୍ତି ଏବଂ କାହିଁକି ଏଥିପାଇଁ ଜରିମାନା ଲଗାଇଛନ୍ତି ବୋଲି ସେ ପ୍ରଶ୍ନ କରିଚନ୍ତି  । କେଜ୍ରିୱାଲ ଆହୁରି କହିଛନ୍ତି, ଅଶିକ୍ଷିତ ଏବଂ କମ ପାଠ ପଢିଥିବା ପ୍ରଧାନମନ୍ତ୍ରୀ ଦେଶ ପାଇଁ ବିପଦଜ୍ଜନକ ।

 

Leave A Reply

Your email address will not be published.