Latest Odisha News

ବିଧାୟକଙ୍କ କାରକୁ ଧକ୍କା ଦେଲା ହାଇଡ୍ରା: ଅଳ୍ପକେ ବର୍ତ୍ତିଲେ ସାରଦା ନାୟକ

କାମାକ୍ଷାନଗର: ସଡ଼କ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ରାଉରକେଲାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସାରଦା ପ୍ରସାଦ ନାୟକ । ରାଉରକେଲାରୁ ରାମ ନବମୀର କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଦଳୀୟ ମିଟିଂରେ ଯୋଗ ଦେବାକୁ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ବିଧାୟକ । ଝାରସୁଗୁଡ଼ା ଉପନିର୍ବାଚନ ଲାଗି ଆଜି ବିଜେଡି ଦୀପାଳିଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଏପ୍ରିଲ୍ ୩ ତାରିଖରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତରେ ଯାଉଥିବାରୁ ଆଜି ଉପନିର୍ବାଚନ ନେଇ ଦଳୀୟ ନେତାଙ୍କ ସହ ଆଲୋଚନା କରିବେ । ସାରଦା ପ୍ରସାଦ ନାୟକ ଝାରସୁଗୁଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅଛନ୍ତି ।

BjdElectrycity

ବିଧାୟକ ସାରଦା ନାୟକ ଓ ତାଙ୍କର ୩ ସହଯୋଗୀ ଆଜି ତାଙ୍କର ଫର୍ଚ୍ୟୁନ କାରରେ  କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥରେ ଭୁବନେଶ୍ୱର ଫେରୁଥିଲେ । ବାଟରେ ବାଂଶପାଲ ନିକଟରେ ଏକ ହାଇଡ୍ରା  ତଙ୍କର  ଫର୍ଚ୍ୟୁନ ଗାଡିକୁ ଧକ୍କା ଦେଇଥିଲା  । ତେବେ ବିଧାୟକଙ୍କ ସହିତ ତାଙ୍କର ୩ଜଣ ସହଯୋଗୀ  ଅଳ୍ପକେ ବର୍ତ୍ତି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ  ବିଧାୟକଙ୍କ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଉଦ୍ଧାର କରିଥିବା ସୂଚନା ମିଳିଛି ।

ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ସହଯୋଗରେ ଅନ୍ୟ ଏକ ଗାଡ଼ି ସୁରକ୍ଷିତ ଭାବେ ବିଧାୟକଙ୍କୁ ଆଣି ଭୁବନେଶ୍ୱରରେ ଛାଡିଥିଲା । ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଭୁବନେଶ୍ୱରରେ ସଂନ୍ଧ୍ୟା ୭ ଟାରେ ଥିବା ମିଟିଙ୍ଗରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଥିବାରୁ ବହୁତ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା କହିଛନ୍ତି ବିଧାୟକ ।

Leave A Reply

Your email address will not be published.