Latest Odisha News

BREAKING NEWS

ଦିଦିଙ୍କ ପୁଣି ଥିରେ ଦିଲ୍ଲୀ ଚଲୋ ଡାକରା, ବିଜେପିକୁ ସରକାରରୁ ହଟାଇବାକୁ ନବୀନଙ୍କ ସହ ଅନ୍ୟ ବିରୋଧୀଙ୍କୁ କଲେ ଆହ୍ବାନ 

କୋଲକାତା: ବିଜେପି ବିରୋଧରେ ଏକଜୁଟ ହେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆହ୍ବାନ ଜାତୀୟ ରାଜନୀତିକୁ ସରଗରମ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ ବିରୋଧୀ ଦଳ ନେତାଙ୍କୁ ମମତା ଆହ୍ବାନ ଦେଇ ପୁଣିଥରେ ଏକ ବିକଳ୍ପ ସାମୁଖ୍ୟ ଆଡକୁ ଇସାରା କରିଛନ୍ତି । ତେବେ କିଏ ଏହି ସାମୁଖ୍ୟର ନେତା ବା ମୁଖ୍ୟ କିଏ ହେବ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ସୂଚନା ଦେଇ ମମତା ଏହି ଆହ୍ବାନକୁ ଅଧିକ ରୋଚକ କରିଛନ୍ତି । ଏକ ଜାତୀୟ ଟିଭି ଚ୍ୟାନେଲରେ ଟିଏମସି ମୁଖ୍ୟ ମମତା ବାନାର୍ଜିଙ୍କ ଏଭଳି ଆହ୍ବାନ ପୁଣି ଥିରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏଥିସହ କୋଲକାତାର ଆମ୍ବେଦକର ପ୍ରତିମୂର୍ତ୍ତୀ ଆଗରୁ ପୁଣିଥରେ ‘ଦିଲ୍ଲୀ ଚଲୋ’ ଡାକରା ଦେଇ ମମତା ବିଜେପିକୁ ସିଧାସ‌‌ଳଖ ଟାର୍ଗେଟ କରିଛନ୍ତି । ଏଥିସହ 2024 ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳମାନଙ୍କୁ ଏକଜୁଟ ହୋଇ ବିଜେପି ବିରୋଧରେ ଲଢ଼ିବାକୁ ଆହ୍ବାନ ଦେଇଛନ୍ତି । ଯଦିଓ ମମତା ଉଭୟ କଂଗ୍ରେସ ଓ ବିଜେପି ଉଭୟଙ୍କ ଠାରୁ ସମାନ ଦୂରତା ବଜାୟ ରଖି ଆସୁଥିଲେ ତେବେ ବୁଧବାର ତାଙ୍କୁ ଏକ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଛି ।

ମମତା କହିଛନ୍ତି, 2024ର ନିର୍ବାଚନ ଲଢେଇ ଦେଶର ନାଗରିକ ଓ ବିଜେପି ମଧ୍ୟରେ ହେବ । ବିଜେପିକୁ ପରାଜିତ କରିବା ସହ ଗରିବଙ୍କ ସ୍ବାର୍ଥ ପାଇଁ ଅନ୍ୟ ସବୁ ଦଳ ଓ ଧର୍ମର ଲୋକଙ୍କୁ ଏକାଠି ହେବାକୁ ହେବ । ନିଜ ଅଭିଭାଷଣରେ ମମତା ବିଜେପିକୁ ମହାଭାରତର ଦୁଇ ଖଳନାୟକ ଦୁଃଶାସନ ଓ ଦୁର୍ଯୋଧନର ସହ ତୁଳନା କରିଥିଲେ ।

କେନ୍ଦ୍ର ତଦନ୍ତକାରୀ ସଂସ୍ଥା ବିରୋଧରେ ଦୁଇ ଦିନ ହେବ ମମତା ଏହି ସ୍ଥାନରେ ପ୍ରତିବାଦ କରୁଥିଲେ l ଯେଉଁଠି ସେ ୱାଶିଂ ମେସିନରେ ବିଜେପି ଲେଖି କଟାକ୍ଷ କରିଥିଲେ l ଓଡ଼ିଶା ଗସ୍ତରେ ଆସିବା ପୂର୍ବରୁ ପ୍ରତିବାଦ କରିବେ ବୋଲି କହିଥିଲେ l ନବୀନଙ୍କ ପରେ କୁମାରସ୍ୱାମୀଙ୍କୁ ମମତା ଭେଟିବା ପରେ ଧାରଣାରେ ବସିଥଲେ ଦିଦି l ନବୀନଙ୍କ ସହ ଭେଟ ବେଳେ ଯେଉଁ ଆଲୋଚନା ହେବ ବୋଲି ଚର୍ଚ୍ଚା ହେଉଥିଲା ତାହା ଏଵେ କହିଛନ୍ତି ମମତା l  ସେପଟେ ମମତାଙ୍କ ଏଭଳି ବୟାନବାଜି ପରେ ଜାତୀୟ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି ।

Leave A Reply

Your email address will not be published.