Latest Odisha News

BREAKING NEWS

ସ୍ୱାସ୍ଥ୍ୟକର୍ମୀ ପାଲଟିଲେ ପାକିସ୍ତାନୀ ଗୁପ୍ତଚର; ଶତ୍ରୁ ଦେଶକୁ ଦେଉଥିଲେ ବିଏଏସଏଫ ଓ ନୌସେନା ତଥ୍ୟ

ନୂଆଦିଲ୍ଲୀ:ଅପରେସନ ସିନ୍ଦୂର ପରେ ଭାରତର ଅନେକ ଅଞ୍ଚଳରୁ ପାକିସ୍ତାନୀ ଗୁପ୍ତଚର ଧରାପଡୁଛନ୍ତି । ଏହି ସମୟରେ ଗୁଜରାଟରୁ ଜଣେ ଗୁପ୍ତଚର ଧରାପଡ଼ିଛି। ଅଭିଯୋଗ ହୋଇଛି ଯେ ଅଭିଯୁକ୍ତ ଜଣକ ଭାରତୀୟ ନୌସେନା ଏବଂ ବିଏସଏଫ ସହ ଜଡିତ ସମ୍ବେଦନଶୀଳ ସୂଚନା ଏବଂ ଫଟୋଗ୍ରାଫ ତାଙ୍କ ପାକିସ୍ତାନୀ ହ୍ୟାଣ୍ଡଲରଙ୍କୁ ପଠାଉଥିଲେ। ଗୁଜରାଟ ATS ଏହି ଅଭିଯୁକ୍ତକୁ ଗିରଫ କରିଛି।

ଗୁଜୁରାଟ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍ (ATS)ର ଜଣେ ବରିଷ୍ଠ ଅଧିକାରୀ କେ ସିଦ୍ଧାର୍ଥ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଅଭିଯୁକ୍ତ ସହଦେବ ସିଂହ ଗୋହିଲ କଚ୍ଛର ବାସିନ୍ଦା ଏବଂ ଜଣେ ସ୍ୱାସ୍ଥ୍ୟ କର୍ମୀ ଭାବରେ କାର୍ଯ୍ୟ କରନ୍ତି। ଗୋହିଲ ୨୦୨୩ ମସିହାରେ ହ୍ୱାଟ୍ସଆପ୍ ମାଧ୍ୟମରେ ୨୮ବର୍ଷୀୟ ପାକିସ୍ତାନୀ ମହିଳା ଏଜେଣ୍ଟଙ୍କ ସମ୍ପର୍କରେ ଆସିଥିଲେ।

ଗୁଜୁରାଟ ATS ଅଭିଯୁକ୍ତ ସହଦେବକୁ ମେ ୧ ତାରିଖରେ ପଚରାଉଚରା ପାଇଁ ଡକାଯାଇଥିଲା ।  ଯେଉଁଠାରେ ଜଣାପଡିଥିଲା ​​ଯେ, ସହଦେବ ୨୦୨୩ ମସିହାରେ ହ୍ୱାଟସଆପରେ ଅଦିତି ଭରଦ୍ୱାଜ ନାମକ ଜଣେ ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ। ତଦନ୍ତରୁ ଜଣାପଡିଲା ଯେ ଅଦିତି ଜଣେ ପାକିସ୍ତାନୀ ଏଜେଣ୍ଟ ଥିଲେ ଏବଂ ତାଙ୍କ ନିର୍ଦ୍ଦେଶରେ ସହଦେବ ଭାରତୀୟ ନୌସେନା ଏବଂ ବିଏସଏଫର ନୂତନ ସ୍ଥାନର ସମ୍ବେଦନଶୀଳ ଫଟୋଗ୍ରାଫ ସେୟାର କରିଥିଲେ।

ଗୁଜରାଟ ATS SP ସିଦ୍ଧାର୍ଥ କହିଛନ୍ତି ଯେ, ଅଦିତି ନାମକ ଏକ ହ୍ୱାଟସଆପ୍ ପାକିସ୍ତାନରୁ ପରିଚାଳିତ ହେଉଛି। ଗୁପ୍ତଚର ଅଭିଯୋଗରେ ଅଭିଯୁକ୍ତ ସହଦେବ ଗୋହିଲଙ୍କ ଫୋନ୍ ଏଫଏସଏଲ(Forensic Science Laboratory)କୁ ପଠାଯାଇଛି। ଏହା ସହିତ, ଭାରତୀୟ ଦଣ୍ଡ ସଂହିତାର ଧାରା 61 ଏବଂ 148 ଅନୁଯାୟୀ ପାକିସ୍ତାନୀ ଏଜେଣ୍ଟ ଆଦିତି ଏବଂ ସହଦେବ ଗୋହିଲଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି।

କେ ସିଦ୍ଧାର୍ଥ କହିଛନ୍ତି , ୨୦୨୫ ମସିହାର ଆରମ୍ଭରେ ଗୋହିଲ ନିଜର ଆଧାରକାର୍ଡର ବ୍ୟବହାର କରି ଏକ ସିମ୍ କାର୍ଡ କିଣି ଥିଲେ ଏବଂ ଅଦିତି ଭରଦ୍ୱାଜଙ୍କ ବ୍ୟବହାର ପାଇଁ ସେହି ନମ୍ୱରରେ ହ୍ୱାଟ୍ସଆପ୍‌ ଆକାଉଣ୍ଟ ମଧ୍ୟ ଖୋଲି ଥିଲେ। ଏହାପରେ ଏହି ନମ୍ୱରରୁ ବିଏସଏଫ୍‌ ଓ ଭାରତୀୟ ନୌସେନା ଭିତ୍ତିଭୂମି ସହ ଜଡ଼ିତ ଫଟୋ ଓ ଭିଡ଼ିଓ ସେୟାର କରାଗଲା, ଯାହାର ବ୍ୟବହାର ପାକିସ୍ତାନୀ ଏଜେଣ୍ଟ କରୁଥିଲେ। ଏଟିଏସ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଗୋହିଲଙ୍କୁ ଜଣେ ଅଜଣା ବ୍ୟକ୍ତି ୪୦,୦୦୦ ଟଙ୍କା ଦେଇଥିଲେ। କୁହାଯାଉଛି ଯେ, ଏହି ବ୍ୟକ୍ତି ମଧ୍ୟ ଗୁପ୍ତଚର ନେଟୱର୍କର ଅଂଶ ହୋଇପାରେ।

 

 

Comments are closed.