Latest Odisha News

BREAKING NEWS

ବାରବାଟୀ ଷ୍ଟାଡିୟମ ଟିକେଟ କାଉଣ୍ଟରରେ ଧସ୍ତାଧସ୍ତି ଓ ଠେଲାପେଲା

କଟକ: ଟିକେଟ୍ ପାଇଁ ରାତିରୁ ଲାଇନ୍, କାଉଣ୍ଟରରେ ଠେଲାପେଲା । ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-ଟ୍ୱେଣ୍ଟି ପାଇଁ କ୍ରିକେଟପ୍ରେମୀଙ୍କ ଉତ୍ସାହ ଦେଖିବାକୁ ମିଳିଛି । ୯ ଓ ୧୦ ତାରିଖ ଦୁଇଦିନ ଧରି ୧୨ ହଜାର ଟିକେଟ୍ ୯ଟି କାଉଣ୍ଟରରେ ବିକ୍ରି ହେଉଛି । ୭ଟି କାଉଣ୍ଟର ପୁରୁଷଙ୍କ ପାଇଁ ଥିବାବେଳେ ୨ଟି ମହିଳାଙ୍କ ପାଇଁ । ଜଣଙ୍କ ପିଛା କାଉଣ୍ଟରରେ ୨ଟି ଟିକେଟ୍ ମିଳୁଛି । ଯେଉଁଥିପାଇଁ ଗତ ରାତିରୁ କାଉଣ୍ଟର ଆଗରେ ଅସମ୍ଭାଳ ଭିଡ଼ ।

ଆଉ ଆଜି ସକାଳ ୯ଟାରେ ଟିକେଟ୍ କାଉଣ୍ଟର ଖୋଲିବା ପରେ ଧସ୍ତାଧସ୍ତି ଦେଖିବାକୁ ମିଳିଛି । ମହିଳାଙ୍କ ପାଇଁ ଉଦ୍ଦିଷ୍ଟ କାଉଣ୍ଟର ଲାଇନ୍‌ରେ ଧସ୍ତାଧସ୍ତି, ଠେଲାପେଲା ହୋଇଛନ୍ତି । ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ନାକେଦମ୍ ହୋଇଛି । ୨୦୧୫ ପରେ ୭ ବର୍ଷ ବ୍ୟବଧ୍ୟାନରେ ଦ୍ୱିତୀୟ ଥର ଲାଗି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳ ଓଡ଼ିଶା ଆସୁଛି ।

ଭିଡ଼କୁ ଦୃଷ୍ଟିରେ ରଖି ଟିକେଟ୍ କାଉଣ୍ଟରରେ ବ୍ୟାରିକେଡ୍ କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ସମସ୍ତ ବ୍ୟବସ୍ଥା ସତ୍ତ୍ୱେ ଟିକେଟ୍ ପାଇଁ ହୋଇଥିବା ଗହଳିରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି ।

Leave A Reply

Your email address will not be published.