Latest Odisha News

ଗୁଜରାଟରେ ହେବନି ଭାରତ ବନ୍ଦ, ଜବରଦସ୍ତି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଗୁଜରାଟ: ବିଭିନ୍ନ କୃଷକ ସଂଗଠନ ପକ୍ଷରୁ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆସନ୍ତାକାଲି ଭାରତ ବନ୍ଦ କରାଯିବ । ବିଭିନ୍ନ ବିରୋଧୀ ଦଳ ମଧ୍ୟ କୃଷକଙ୍କ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି । ହେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ସ୍ପଷ୍ଟ କରିଛନ୍ତି ଯେ, ଗୁଜରାଟରେ ଭାରତ ବନ୍ଦ ହେବ ନାହିଁ । ଜବରଦସ୍ତି ଦୋକାନା ଓ ଅନୁଷ୍ଠାନ ବନ୍ଦ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଇନଶୃଙ୍ଖଳା ପରିସ୍ଥିତି ଠିକ୍ ରଖିବା ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିରୋଧୀଙ୍କୁ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କୃଷକଙ୍କ ପକ୍ଷରୁ କରାଯାଉଥିବା ଆନ୍ଦୋନଳରେ କେବଳ କୃଷକଙ୍କ ନାଁ ରହିଛି । ହେଲେ ନିଜର ଅସ୍ତିତ୍ବ ବଞ୍ଚାଇବା ପାଇଁ ବିରୋଧୀ ଏକଜୁଟ ହେଉଛନ୍ତି । ବିଜୟ ରୂପାଣୀ କହିଛନ୍ତି, ନୂଆ କୃଷି ଆଇନକୁ ନେଇ ଯେଉଁ ବିରୋଧ ଚାଲିଛି ତାହା କୃଷକଙ୍କ ଆନ୍ଦୋଳନ ନୁହଁ । ରାଷ୍ଟ୍ରୀୟ ଆନ୍ଦୋଳନ ହୋଇଯାଇଛି, କାରଣ ଭାରତ ବନ୍ଦରେ ଯେତେବି ବଡ଼ ପାର୍ଟି ଅଛନ୍ତି, ସମସ୍ତେ ସାମିଲ ହେଉଛନ୍ତି ।

Leave A Reply

Your email address will not be published.