Latest Odisha News

BREAKING NEWS

ଇସ୍ରାଏଲ ଗୋଇନ୍ଦା ସଂସ୍ଥା ମୋସାଦ କମାଣ୍ଡର ହତ୍ୟା ପଛରେ ଇରାନର ହାତ !

ତେହେରାନ: ଇସ୍ରାଏଲ ଗୋଇନ୍ଦା ଏଜେନ୍ସି ମୋସାଦର ଜଣେ କମାଣ୍ଡରଙ୍କୁ ହତ୍ୟା କରାଯାଇଛି । ଏହି ଖବର ବିଭିନ୍ନ ୱେବସାଇଟ ଓ ଗଣମାଧ୍ୟମରେ ପ୍ରକାଶ ପାଇଛି । ତେବେ ଏଥିନେଇ ଇସ୍ରାଏଲ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ । ଖବରର ସତ୍ୟତା ମଧ୍ୟ ପୃଷ୍ଟି ହୋଇ ନାହିଁ । ରିପୋର୍ଟ ମୁତାବକ ଇରାନ ଏହି କମାଣ୍ଡରଙ୍କ ହତ୍ୟା ପଛରେ ରହିଛି । କିଛି ଦିନ ତଳେ ପରମାଣୁ ବୈଜ୍ଞାନିକ ମୋହରୀନ ଫକୀରଜାଦେହଙ୍କୁ ମୋସାଦ ହତ୍ୟା କରିଥିବା ନେଇ ଇରାନ ଦାବୀ କରିଥିଲା । ଏହାର ପ୍ରତିଶୋଧ ନିଆଯିବ ବୋଲି ଘୋଷଣା ମଧ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିଲା ।

ଇସ୍ରାଏଲ ରାଜଧାନୀ ତେଲ ଅବିବରେ ମାସୁଦ କମାଣ୍ଡରଙ୍କ ଉପରକୁ ୧୫ ଗୁଳି ମରାଯାଇଥିଲା ବୋଲି ଇରାନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଅପରପକ୍ଷରେ ତେଲ ଅବୀବରେ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ହତ୍ୟା ହୋଇଛି ବୋଲି ଇସ୍ରାଏଲ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.