Latest Odisha News

ପୂର୍ବତନ ଏକ ନମ୍ବର ଟେନିସ ଖେଳାଳି ହାଲେପ ୪ ବର୍ଷ ବାସନ୍ଦ

ନୂଆଦିଲ୍ଲୀ: ପୂର୍ବତନ ଏକ ନମ୍ବର ମହିଳା ଖେଳାଳି ସିମୋନା ହାଲେପ ଡୋପ ଟେଷ୍ଟରେ ଧରାପଡି ୪ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି । ୩୧ ବର୍ଷୀୟ ଏହି ରୋମାନିଆ ଖେଳାଳି ନିୟମ ଉଲ୍ଲଂଘନ କରିଥିବା ଇଂଟରନ୍ୟାଶନାଲ ଟେନିସ ଇଂଟେଗ୍ରେଟି ଏଜେନ୍ସି ପକ୍ଷରୁ କୁହାଯାଇଛି । ୨୦୨୨ ୟୁଏସ ଓପନ ଅବସରରେ ତାଙ୍କ ଶରୀରରୁ ନିଷିଦ୍ଧ ଡ୍ରଗ୍ସର ମାତ୍ରା ରୋକ୍ସାଡକ୍ସାଟ ମିଳିଥିଲା । ଦଣ୍ଡାଦେଶ ପରେ ସେ ୬ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ କୌଣସି ପ୍ରଫେଶନାଲ ଟେନିସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ନାହିଁ । ହାଲେପ କିନ୍ତୁ ଏହାକୁ ଗ୍ରହଣ ନ କରି ଦି କୋର୍ଟ ଅଫ ଆର୍ବିଟ୍ରେଶନ ଫର ସ୍ପୋର୍ଟ୍ସରେ ଆବେଦନ କରିବେ ବୋଲି କହିଛନ୍ତି ।

ହାଲେପ ୨୦୧୮ରେ ଫ୍ରେଂଚ ଓପନ ଓ ୨୦୧୯ରେ ୱିମ୍ବେଲଡନ ଟେନିସ ଟାଇଟଲ ହାସଲ କରିଥିଲେ । ରୋକ୍ସାଡଷ୍ଟାଟ ଆନେମିଆ ରୋଗ ପାଇଁ ବ୍ୟବହୃତ ହୋଇଥାଏ । ମାତ୍ର ଏହାକୁ ଅନ୍ୟମାନେ ସେବନ କଲେ ଶରୀରରେ ହେମୋଗ୍ଲୋବିନ ଓ ରେଡ ବ୍ଲଡ ସେଲର ମାତ୍ରା ଘଟିଥାଏ । ସେଥିପାଇଁ ଆଥଲେଟଙ୍କ ପାଇଁ ଏହା ନିଷିଦ୍ଧ ଡ୍ରଗ୍ସ ଭାବେ ବିବେଚନା କରାଯାଇଛି ।

Leave A Reply

Your email address will not be published.