Latest Odisha News

BREAKING NEWS

ଚନ୍ଦ୍ରବାବୁ ନାଇଡୁଙ୍କୁ ଆଶ୍ୱସ୍ତି, ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ହାଜତରେ ବନ୍ଦ ନକରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଅମରାବତୀ: ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ହାଇକୋର୍ଟରେ ଆଶ୍ୱସ୍ତି। ଆସନ୍ତା ସୋମବାର ପର୍ଯ୍ୟନ୍ତ ହାଜତ ଉପରେ ରୋକ ଲଗାଇଛନ୍ତି ଆନ୍ଧ୍ରପ୍ରଦେଶ ହାଇକୋର୍ଟ। କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) କୁ ଚନ୍ଦ୍ରବାବୁ ନାଇଡୁଙ୍କୁ ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ହାଜତରେ ବନ୍ଦ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, ବିଜୟୱାଡା ଦୁର୍ନୀତି ନିବାରଣ ବ୍ୟୁରୋ କୋର୍ଟ ରବିବାର ଚନ୍ଦ୍ରବାବୁ ନାଇଡୁଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ। ସ୍କିଲ୍ ଡେଭଲପମେଣ୍ଟ କର୍ପୋରେସନ୍ ଦୁର୍ନୀତି ମାମଲାରେ କ୍ରାଇମ୍ ଇନଭେଷ୍ଟିଗେସନ୍ ଡିପାର୍ଟମେଣ୍ଟ (ସିଆଇଡି) ଟିଡିପି ସୁପ୍ରିମୋ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରାଯାଇଥିଲା। ପଚରାଉଚରା ବେଳେ ଅସହଯୋଗ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅସ୍ପଷ୍ଟ ଉତ୍ତରକୁ ଦର୍ଶାଇ ରିମାଣ୍ଡରେ ନେବାକୁ ତଦନ୍ତକାରୀ ସଂସ୍ଥା ଆବେଦନ କରିଥିଲା।

ଦକ୍ଷତା ବିକାଶ ମାମଲାରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ଏବଂ ଅମରାବତୀ ଇନର୍‌ ରିଙ୍ଗ ରୋଡ ମାମଲାରେ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି ସେପ୍ଟେମ୍ବର ୧୯ କୁ ଘୁଞ୍ଚାଇ ଦିଆଯାଇଛି। ହାଇକୋର୍ଟରେ ଶୁଣାଣି ସମୟରେ ଓକିଲମାନେ ଚନ୍ଦ୍ରବାବୁଙ୍କ ବିରୋଧରେ ଏଫଆଇଆର ଖାରଜ କରିବାକୁ ଅନୁରୋଧ କରିଥିଲେ। ଏହି ଆବେଦନରେ ଚନ୍ଦ୍ରବାବୁଙ୍କ ଓକିଲମାନେ କହିଛନ୍ତି ଦୁର୍ନୀତି ନିବାରଣ ଆଇନ ଏବଂ ଆଇପିସି ୪୦୯ ର ଧାରା ୧୩ ପାଳନ କରାଯାଇ ନାହିଁ ଏବଂ ପ୍ରମାଣ ଅଭାବ ସତ୍ତ୍ୱେ ରାଜନୈତିକ ପ୍ରତିଶୋଧରୁ ଏହି ମାମଲା ପଞ୍ଜିକୃତ ହୋଇଛି।

Leave A Reply

Your email address will not be published.