Latest Odisha News

BREAKING NEWS

ହମାସ-ଇସ୍ରାଏଲ ମଧ୍ୟରେ ଖୁବ ଶୀଘ୍ର ହେବାକୁ ଯାଉଛି ଯୁଦ୍ଧ ବିରାମ

ତେଲଅଭୀଭ: ଇସ୍ରାଏଲ ଓ ହମାସ ମଧ୍ୟରେ ଅକ୍ଟୋବର ୭ରୁ ଯୁଦ୍ଧ ଚାଲିଛି । ଇସ୍ରାଏଲ ଏବେ ଗାଜା ସୀମା ମଧ୍ୟରେ ପ୍ରବେଶ କରି ହମାସଙ୍କୁ ଆକ୍ରମଣ କରିବାରେ ଲାଗିଛି । ଇତି ମଧ୍ୟରେ ହମାସ ଆତଙ୍କବାଦୀ ଗୋଷ୍ଠୀର ମୂଖ୍ୟ ଇସମାଇଲ ହନିୟା କହିଛନ୍ତି ଖୁବ ଶୀଘ୍ର ହମାସ ଓ ଇସ୍ରାଏଲ ମଧ୍ୟରେ ଖୁବ ଶୀଘ୍ର ଯୁଦ୍ଧ ବିରାମ ହେବାକୁ ଯାଉଛି । ତେବେ ଏହି ବୁଝାମଣା ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ରିପୋର୍ଟ ମୁତାବକ ହମାସ ଯଦି ବନ୍ଧକମାନଙ୍କୁ ମୁକ୍ତ କରିବ ତେବେ ଏହି ବୁଝାମଣା ସମ୍ଭବ ବୋଲି ଇସ୍ରାଏଲ ପକ୍ଷରୁ କୁହାଯାଇଛି । ଅକ୍ଟୋବର ୭ରେ ଇସ୍ରାଏଲ ସୀମା ମଧ୍ୟରେ ପ୍ରବେଶ କରି ହମାସ ଆତଙ୍କବାଦୀ ୧୨୦୦ ଲୋକଙ୍କୁ ମାରିଥିବା ବେଳେ ୨୪୦ଜଣଙ୍କୁ ବନ୍ଧକ ରଖିଥିଲେ ।

BjdElectrycity

ପ୍ରାରମ୍ଭିକ ପର୍ଯ୍ୟାୟରେ ହମାସ ୫୦ଜଣ ଇସ୍ରାଏଲ ବନ୍ଧକଙ୍କୁ ମୁକ୍ତ କରିବ । ଏହାର ଜବାବରେ ଇସ୍ରାଏଲ କେତେକ ଫିଲିସ୍ତାନୀ କଏଦୀଙ୍କୁ ଛାଡିପାରେ । ୩ ଦିନର ଯୁଦ୍ଧ ବିରାମ ମଧ୍ୟରେ ଏହି କାର୍ଯ୍ୟ ସମ୍ପନ୍ନ କରାଯିବ । କତାର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ ଅବଦୁଲରହେମାନ ଅଲ ଥାନୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହି ବୁଝାମଣା ନେଇ ସୂଚନା ଦେଇଥିଲେ ।

Leave A Reply

Your email address will not be published.