Latest Odisha News

ସରକାରଙ୍କ ଜିଦି ନବାବ ହୁସେନ ଶାହଙ୍କଠୁ ବଳିଗଲା: ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର: ଶ୍ରୀମନ୍ଦିର ଦର୍ଶନ ପାଇଁ ବୟସ୍କ ବ୍ୟକ୍ତି ଏବଂ ରୋଗୀମାନେ ନ ଆସନ୍ତୁ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିବା ପରେ ତାତିଛନ୍ତି ବିରୋଧୀ । କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସରକାରଙ୍କ ଜିଦ୍ ନବାବ ହୁସେନ ଶାହଙ୍କ ଜିଦଠୁ ବଳିଗଲା ବୋଲି କହି ସେ ବ୍ୟଙ୍ଗ କରିଛନ୍ତି।

ଆଜି ସାମ୍ବାଦିକମାନଙ୍କୁ ଶ୍ରୀ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାରଙ୍କ ଜିଦି ନବାନ ହୁସେନ ଶାହଙ୍କ ଜିଦିକୁ ବଳିଗଲା । ଦିନେ ହୁସେନ ଶାହ କହିଥିଲେ, କେହି ଦାଣ୍ଡରେ ହରିନାମ ନେଇ ପାରିବେ ନାହିଁ ।  ଏବେ ରାଜ୍ୟ ସରକାର ବି ସମାନ କଥା କହୁଛନ୍ତି । ବୟସ୍କମାନେ ଶ୍ରୀମନ୍ଦିର ଆସିବେ ନାହିଁ ।  ପରବର୍ତ୍ତୀ ସମୟରେ ଶ୍ରୀ ଚୈତନ୍ୟଙ୍କ ବିରୋଧ ପରେ ହୁସେନ ଶାହ ନରମିଥିଲେ । କିନ୍ତୁ ରାଜ୍ୟ ସରକାର ନରମୁ ନାହାନ୍ତି । ତାଙ୍କ ଜିଦ୍ଦିରେ ଅଟଳ । ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ନାରାଜ ।

ଏପରି ଧର୍ମପୀଠ, ମନ୍ଦିରକୁ ବାରଣ କରି ସରକାର ନିଜକୁ ସମ୍ବିଧାନ ବିରୋଧୀ ବୋଲି ପ୍ରମାଣିତ କରିଛନ୍ତି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ। ସେ କହିଛନ୍ତି, କାର୍ତ୍ତିକମାନ ପୁଣ୍ୟମାସ । ପୁରୀକୁ ଠାକୁର ଦର୍ଶନ ପାଇଁ ବିଭିନ୍ନ ପ୍ରାନ୍ତରୁ ଭକ୍ତ ଆସିଥାନ୍ତି । ଠାକୁର ଦର୍ଶନ କରିବା ଧାର୍ମିକ ଏବଂ ସାମ୍ବିଧାନିକ ଅଧିକାର । ହେଲେ ସରକାର ଏହି ଅଧିକାରକୁ ଉଲ୍ଲଘଂନ କରିଛନ୍ତି । ସରକାର ଆଇନ ବିରୋଧୀ, ସମ୍ବିଧାନ ବିରୋଧୀ ।  ଏଭଳି କଟକଣା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପ୍ରାଚୀର ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି ହରିଚନ୍ଦନ ।

Leave A Reply

Your email address will not be published.