Latest Odisha News

BREAKING NEWS

ଜାତୀୟ ହସ୍ତତନ୍ତ ଦିବସ: ସୋସିଆଲ ମିଡିଆରେ ଟ୍ରେଣ୍ଡରେ ହସ୍ତତନ୍ତ ପୋଷାକ

ଭୁବନେଶ୍ୱର: ଆଜି ଜାତୀୟ ହସ୍ତତନ୍ତ ଦିବସ । ଏଥି ପାଇଁ ସୋସିଆଲ ମିଡିଆରେ ରାଜନେତାଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ଓ ସାଧାରଣ ଲୋକେ ସମସ୍ତେ ହସ୍ତତନ୍ତର ପୋଷାକ ଓ ଶାଢୀ ପିନ୍ଧି ଫଟୋ ସେୟାର କରିଛନ୍ତି ।
ହସ୍ତତନ୍ତର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ୨୦୧୫ ମସିହାରୁ ଆଜିର ଦିନକୁ ଜାତୀୟ ହସ୍ତତନ୍ତ ଦିବସ ରୂପେ ପାଳିତ ହୋଇଆସୁଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଟ୍ୱଟ୍ କରି ଜାତୀୟ ହସ୍ତତନ୍ତ ଦିବସର ଶୁଭେଚ୍ଛା ଜଣାଇଛନ୍ତି । କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ହସ୍ତତନ୍ତର ପ୍ରଚାର ପ୍ରସାର ପାଇଁ ଏକ ମୋବାଇଲ ଆପ୍‌ର ଉଦଘାଟନ କରିଛନ୍ତି ।

ଆମ ରାଜ୍ୟର ପଶ୍ଚିମ ଓଡିଶାରେ ପ୍ରସ୍ତୁତ ହସ୍ତତନ୍ତର ବିଶ୍ୱରେ ବେଶ୍ ଲୋକପ୍ରିୟତା ରହିଛି । ଯିଏ ଯେତେ ଦାମୀ ଶାଢୀ ରଖିଥିଲେ ମଧ୍ୟ ସମ୍ବଲପୁର ଶାଢୀ ନିଶ୍ଚୟ ରଖିଥାନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କଠୁ ଆରମ୍ଭ କରି ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲ, ଜୟା ବଚ୍ଚନ ତଥା ନିକଟରେ ବଲିଉଡ ଡିଭା ବିଦ୍ୟା ବାଲାନ ଓଡିଶାର ହସ୍ତତନ୍ତ ବିଶେଷ କରି ସମ୍ବଲପୁରୀ ଇକ୍କତ ଡିଜାଇନରେ ବିମୋହିତ ହୋଇଛନ୍ତି ।

Leave A Reply

Your email address will not be published.