Latest Odisha News

BREAKING NEWS

ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୦ରେ ସି.ଭି. ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ବିଭାଗ ଏବଂ ଏଆଇସିଟିଇ ଦ୍ୱାରା ଅନୁଷ୍ଠିତ ହୋଇଥିବା ସ୍ମାର୍ଟ ଇଣ୍ଡିଆ
ହାକାଥନ,୨୦୨୦ (ସଫ୍ଟୱେର ଏଡିସନ୍‌)ରେ ସି.ଭି. ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସଫଳତା ଅର୍ଜନ କରିଛନ୍ତି।

ବିଶ୍ୱବିଦ୍ୟାଳୟର ଦୁଇଟି ଗ୍ରୁପ୍ ଟିମ୍ ନେକ୍ସାସ ଏବଂ ଟିମ୍ ବ୍ରାନିଆକ୍ସପ ୧.୦ ପ୍ରଥମ ସ୍ଥାନ ଅଧିକାର କରି ପ୍ରତ୍ୟେକଟି ଟିମ୍ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଜିତିଛନ୍ତି।

ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ବିଭାଗର ସୈାରଭ ମିଶ୍ର (ଟିମ୍ ଲିଡର), ସତ୍ୟବ୍ରତ ପାଲ, ଶୀର୍ଷା ଅଗ୍ରୱାଲ,ଅଭିଳାଷା ପଣ୍ଡା, ଅଭିଷେକ ଦାସ, ବିନିତ କୁମାରଙ୍କୁ ନେଇ ଗଠିତ ହୋଇଥିବା ଟିମ୍ ନେକ୍ସାସ୍ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସମସ୍ୟା- ‘କିପରି ଲୋକମାନେ ନିଜର ଆଧାର କାର୍ଡକୁ ସଂଯୋଗ କରି ପୋଲିସ ଏଫ.ଆଇ.ଆରକୁ ଅନଲାଇନ ଆବେଦନ କରିପାରିବେ’ ତା’ର ସମାଧାନ ନିମନ୍ତେ ଆପ୍ ନିର୍ମାଣ କରିଥିଲେ ।

ସେହିପରି ଦ୍ୱିିତିୟ ଟିମ୍ ବ୍ରାନିଆକ୍ସ ୧.୦ର ଛାତ୍ରଛାତ୍ରୀମାନେ
ଯଥା ଇଲେକ୍ଟ୍ରୋନିକ୍‌ସ ବିଭାଗର ଶିକ୍ଷା କୁମାରି ପାଠକ (ଟିମ୍ ଲିଡର), ତାନ୍ୟା ଘୋଷ୍‌, ଗାୟତ୍ରୀ ଜେନା, ଆକାଶମିଶ୍ର, ପ୍ରତ୍ୟୁଷ ପାଣି, ଓ ଇଲେକ୍ଟ୍ରିକାଲ ବିଭାଗର ସାନ୍ତନୁ ଭୃଗୁବଂଶୀ ଉତରାଖଣ୍ଡ ସରକାରଙ୍କଦ୍ୱାରା ଦିଆଯାଇଥିବା ସମସ୍ୟା- ‘କିପରି ସ୍କୁଲ, କଲେଜ, ଛାତ୍ରଛାତ୍ରୀମାନଙ୍କର କ୍ୟାରିୟର କାଉନ୍ ‌ସେଲିଙ୍ଗରେ ସହାୟତା ହୋଇପାରିବ’ ତା’ର ସମାଧାନ ନିମନ୍ତେ ଆପ୍ ନିର୍ମାଣ କରିଥିଲେ ।

ଏହି ପ୍ରତିଯୋଗିତାରେ ଭାରତର ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରୁ ୧୦୮୧ଟି ଟିମ୍ ଫାଇନାଲ ରାଉଣ୍ଡରେ ଭାଗ ନେଇ ଥିଲେ।

ଏହି ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଏମାନଙ୍କର ସଫଳତା ପାଇଁ, ଏହି ପ୍ରତିଯୋଗିତାକୁ ପରିଚାଳନା କରୁଥିବା ସଦସ୍ୟବୃନ୍ଦ,
ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ସଂଜୀବ କୁମାର ରାଉତ ଏବଂ ଆକ୍ଟିଙ୍ଗ୍ ଭାଇସ ଚାନ୍ସେଲର୍ ପ୍ରଫେସର ଭାବେଶ ଭଟ୍ଟାଚାର୍ଯ୍ୟ ପ୍ରଶଂସା କରିଛନ୍ତି।

ଏହି ଦୁଇଟି ଟିମର ପ୍ରଶିକ୍ଷକ ସୁରେନ୍ଦ୍ର କୁମାର ନନ୍ଦ ଓ ତୁଷାର କାନ୍ତି ଦାସଙ୍କୁ ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ କର୍ତ୍ତୁପକ୍ଷଙ୍କ ତରଫରୁ ସେମାନଙ୍କର ସଫଳତା ପାଇଁ ଧନ୍ୟବାଦ ଜ୍ଞାପନ କରାଯାଇଛି ।

 

Leave A Reply

Your email address will not be published.