Latest Odisha News

BREAKING NEWS

ଆଜି ଫାଦର୍ସ ଡେ: ‘ପିତା’ଙ୍କ ପାଇଁ ଦିନଟିଏ

ଭୁବନେଶ୍ୱର : ପ୍ରତିବର୍ଷ ଜୁନମାସର ତୃତୀୟ ରବିବାର ତଥା ଆଜିର ଦିନକୁ ଭାରତ ସମେତ ବିଶ୍ୱର ବହୁ ଦେଶରେ‘ଫାଦର୍ସ ଡ଼େ’ ବା ‘ବିଶ୍ୱ ପିତୃ ଦିବସ’ ଭାବେ ପାଳନ କରାଯାଏ।

କୁହାଯାଏ, ପିତା ଓ ମାତା ଭଗବାନଙ୍କ ଦ୍ୱିତୀୟ ରୂପ । ସନ୍ତାନଙ୍କ ଜୀବନରେ ଦୁହିଁଙ୍କର ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ଜନ୍ମଦାନ ଠାରୁ ଆରମ୍ଭ କରି ସନ୍ତାନକୁ ଦୁନିଆ ସହ ପରିଚିତ କରାଇବାର ପଣ କରିଥାନ୍ତି । ଏସଂସାରରେ ପିତା ନିଜ ପିଲାମାନଙ୍କ ଲାଗି ମେରୁଦଣ୍ଡ ସଦୃଶ୍ୟ ।

ଜାଣନ୍ତୁ, କେବେଠୁ ପିତୃ ଦିବସ ପାଳନ ହୋଇଆସୁଛି, କଣ ରହିଛି ଏହା ପଛର କାରଣ ।

‘ଫାଦର୍ସ ଡ଼େ’ ସର୍ବପ୍ରଥମେ ୧୯୧୦ ମସିହା, ଜୁନ ୧୯ ତାରିଖରେ ୱାଶିଂଟନରେ ପାଳନ କରାଯାଇଥିଲା। ଏହା ପରେପରେ ଆମେରିକା ରାଷ୍ଟ୍ରପତି ଲିଣ୍ଡନ ଜନସନ୍ ଜୁନମାସ ତୃତୀୟ ରବିବାରକୁ ‘ଫାଦର୍ସ ଡେ’ ଭାବେ ପାଳନ ଲାଗି ଅନୁମତି ଦେଇଥିଲେ । ମାତ୍ର ୧୯୭୨ମସିହାରେ ଏହାକୁ ଆନୁଷ୍ଠାନିକ ଭାବେ ପାଳନ କରାଯିବା ପାଇଁ ଘୋଷଣା କରାଗଲା।

ପରବର୍ତ୍ତୀ ସମୟରେ ଭାରତରେ ମଧ୍ୟ ପାଶ୍ଚାତ୍ୟ ସଭ୍ୟତାରେ ପାଳିତ ଏହି ଦିନଟିର ଧିରେଧିରେ ଏହାର ପ୍ରଚାର ଓ ପ୍ରସାର ହେବାକୁ ଲାଗିଲା । ପିତାଙ୍କୁ ସମ୍ମାନ ଦେବା ପାଇଁ ତଥା ପିତାଙ୍କ ଉଦ୍ଦେଶ୍ୟରେ ଏବେ ସବୁଠୁ ପିତୃ ଦିବସ ପାଳନ କରାଯାଉଅଛି ।

‘ଫାଦର୍ସ ଡ଼େ’ ପାଳନ ପଛରେ ଏଭଳି ଏକ କାହାଣୀ ରହିଛି। ଯାହା ସୋନୋରା ସ୍ମାର୍ଟ ଡୋଡଙ୍କ ସହ ଜଡ଼ିତ, ଯିଏ କି ‘ଫାଦର୍ସ ଡ଼େ’ ପାଳନ କରିବା ପାଇଁ ପ୍ରଥମେ ପ୍ରଚେଷ୍ଟା କରିଥିଲେ। ଛୋଟବେଳେ ଡୋଡଙ୍କ ମାତାଙ୍କର ଦେହାନ୍ତ ହୋଇଯାଇଥିବାବେଳେ ତାଙ୍କ ବାପା ବହୁ କଷ୍ଟରେ ସମସ୍ତ ସନ୍ତାନଙ୍କ ଲାଳନପାଳନ କରିଥିଲେ । ପିତା ୱିଲିୟମ୍ ସ୍ମାଟର୍ ଡୋଡ ଓ ବାକି ଭାଇଭଉଣୀମାନଙ୍କୁ ଉଭୟ ମା’ ଓ ବାପାଙ୍କର ସ୍ନେହ, ମମତା ଦେଇ ପାଳନ କରୁଥିଲେ । ଏକ ସମୟରେ ଡୋଡ ଚର୍ଚ୍ଚରେ ମଦର୍ସ ଡ଼େର ଉପଦେଶ ଶୁଣୁଥିଲେ। ଯେଉଁପରି ଭାବେ ମାତାଙ୍କୁ ସମ୍ମାନ ଓ ପ୍ରଶଂସା ମିଳୁଛି, ସେହିପରି ପିତା ମଧ୍ୟ ଏହି ପ୍ରଶଂସା ଓ ସମ୍ମାନର ହକଦାର ଅଟନ୍ତି ବୋଲି ସେତେବେଳେ ଡୋଡ ଅନୁଭବ କରିଥିଲେ ।

ସୋନୋରା ସ୍ମାର୍ଟ ଡୋଡଙ୍କ ପିତା ବୃତ୍ତିରେ ଜଣେ କୃଷକ ଥିଲେ। ସର୍ବପ୍ରଥମେ ସେ ନିଜର ପିତାଙ୍କ ଜନ୍ମଦିନରେ ‘ଫାଦର୍ସ ଡ଼େ’ପାଳନ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ପରେ ଏହାକୁ ଜୁନ ମାସର ତୃତୀୟ ରବିବାର ଦିନ ପାଳନ କରିବା ପାଇଁ ସ୍ଥିର କରାଗଲା।

ଏବେ ଭାରତରେ ମଧ୍ୟ ‘ପିତୃ ଦିବସ’କୁ ବେଶ ଉତ୍ସାହର ସହ ପାଳନ କରାଯାଉଅଛି । ଏହି ଦିନରେ ସୋସିଆଲ ମିଡିଆରେ ୟୁଜର୍ସମାନେ ‘ଫାଦର୍ସ ଡେ’ର ଶୁଭେଚ୍ଛା ଜଣାଇବା ସହ କେହିକେହି ନିଜ ପିତାଙ୍କ ସହ ଫଟୋ ଉଠାଇ ପୋଷ୍ଟ ମଧ୍ୟ କରିଥାନ୍ତି । ଏପରିକି ଅନେକ ବିଦ୍ୟାଳୟମାନଙ୍କରେ ପିତାଙ୍କ ସମ୍ମାନ ଉଦ୍ଦେଶ୍ୟରେ ‘ଫାଦର୍ସ ଡେ’କୁ ନେଇ ବିଭିନ୍ନ ପ୍ରୋଗ୍ରାମ ଆୟୋଜିତ କରାଯାଇଥାଏ ।

Leave A Reply

Your email address will not be published.