Latest Odisha News

BREAKING NEWS

ହରଭଜନ୍ ସିଂ କୋଭିଡ୍ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: କରୋନା କବଳରେ ପୂର୍ବତନ ଭାରତୀୟ କ୍ରିକେଟର୍ ହରଭଜନ୍ ସିଂ । କୋଭିଡ୍ ରିପୋର୍ଟ୍ ପଜିଟିଭ୍ ବାହାରିବା ପରେ ହରଭଜନ ସିଂ ସଙ୍ଗରୋଧରେ ଘରେ ରହିଥିବା ଜଣାପଡିଛି ।

BjdElectrycity

ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିଥିଲେ ଟର୍ବାନେଟର୍ ହରଭଜନ୍ ସିଂ । ତେବେ ତା’ ପୂର୍ବରୁ ସେ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ଦଳରେ ସାମିଲ ହୋଇଥିଲେ । ନିକଟରେ ଏହି କ୍ରିକେଟର୍ ଜଣକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଟୁଇଟରରେ ପ୍ରକାଶ କରିଛନ୍ତି । ଏପରିକି ତାଙ୍କ ସଂସ୍ପର୍ଷରେ ଆସିଥିବା ଲୋକଙ୍କୁ ସେ କୋଭିଡ୍ ଟେଷ୍ଟ କରାଇବାକୁ ପରାମର୍ଶ ଦେଇଛନ୍ତି ।

Comments are closed, but trackbacks and pingbacks are open.