Latest Odisha News

BREAKING NEWS

ଏନ୍‌କାଉଣ୍ଟରରେ ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି: ଆନ୍ଧ୍ର-ଓଡ଼ିଶା ସୀମାରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ଏନ୍‌କାଉଂଟରରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଛି । ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସୀମାନ୍ତ ଆନ୍ଧ୍ରର ଗୁଜେଡି ଜଙ୍ଗଲରେ ଆଜି ସକାଳେ ମାଓବାଦୀ ଏବଂ ଆନ୍ଧ୍ରର ଗ୍ରେହାଉଣ୍ଡ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।

ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଓ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଏହି ଗୁୁଳିବିନିମୟ ବେଳେ ଟପ୍ ମାଓନେତା ଆକିରାଜୁ ରାମକୃଷ୍ଣ, ଉଦୟ, ଅରୁଣ, ଏବଂ ଜଗନ୍ ଖସି ପଳାଇଥିବା ଜଣାପଡିଛି ।

Leave A Reply

Your email address will not be published.