Latest Odisha News

BREAKING NEWS

ଆସିଲା ବଲିଉଡ୍ ଫିଲ୍ମ ‘ଥ୍ରିଲର୍’ର ଫାଷ୍ଟ ଲୁକ୍; ଲିଡ୍ ରୋଲରେ ଓଡିଆ ଝିଅ ଅପସରା

ଭୁବନେଶ୍ୱର: ବଲିଉଡ୍ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ‘ଥ୍ରିଲର୍’ ଫିଲ୍ମର ପୋଷ୍ଟର ରିିଲିଜ ହୋଇଯାଇଛି । ଯେଉଁଥିରେ ଦର୍ଶକେ ଓଡିଆ ଝିଅ ଅପସରା ରାଣୀଙ୍କୁ ଦେଖିବାକୁ ପାଇବେ ।

ଏସମ୍ପର୍କରେ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି ନିଜେ ରାମ ଗୋପାଳ ବର୍ମା ।

ଏହି ଫିଲ୍ମରେ ଦର୍ଶକ ମାନେ ଅପସରାଙ୍କ ଛଡା ଆଉ ଜଣେ ଓଡିଆ ଅଭିନେତାଙ୍କୁ ଦେଖିବାକୁ ପାଇବେ । ଯାହାଙ୍କ ନାମ ହେଉଛି ରକ୍ କାଚ୍ଚି । ନିକଟ ଅତୀତରେ ରାମ ଗୋପାଳ ସୋସିଆଲ ମିଡିଆରେ ଅପସରାଙ୍କ କିଛି ବୋଲ୍ଡ ଫଟୋକୁ ପୋଷ୍ଟ କରି ଫିଲ୍ମ ସମ୍ପର୍କରେ ସୂଚନା ଦେଇଥିଲେ ।

ଅପସରାଙ୍କ ଘର ଓଡିଶାରେ ଏବଂ ସେ ଡେରାଡୁନରେ ଜନ୍ମଗ୍ରହଣ କରିଥିଲେ । ସେ ଭଲ ନୃତ୍ୟଶିଳ୍ପୀ ସହ ଅତି ସୁନ୍ଦର ଅଭିନୟ ମଧ୍ୟ କରନ୍ତି । ‘କ୍ଲାଇମାକ୍ସ’ ଏବଂ ‘ନେକେଡ’ ପରେ ଆରଜିଭି ୱାର୍ଲ୍ଡ ଥିଏଟରର ଫିଲ୍ମ ପାଇଁ ଅପସରାଙ୍କୁ ନାୟିକା ଭାବେ ଚୟନ କରାଯାଇଥିଲା ।

Leave A Reply

Your email address will not be published.