Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଟିମ୍ ଘୋଷଣା କରିଛି । ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଶିଖର ଧାଓ୍ଵନ୍‌ଙ୍କୁ ସ୍ଥାନ ମିଳିଛି । ରୋହିତ ଶର୍ମା ଓ ମହମ୍ମଦ ସାମିଙ୍କୁ ବିଶ୍ରାମ ମିଳିଛି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିଟି ଦିନିକିଆ ମ୍ୟାଚ୍ ଖେଳାଯିବ।

ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଧର୍ମଶାଳା ୧୨ ତାରିଖରେ, ଦ୍ୱିତୀୟ ମ୍ୟାଚ୍ ୧୫ରେ(ଲକ୍ଷ୍ନୌ) ଓ ତୃତୀୟ ମୁକାବିଲା ୧୮ରେ(କୋଲକାତା)ରେ ଖେଳାଯିବ। ବିସିସିଆଇ ଏହି ଶୃଙ୍ଖଳା ପାଇ ରବିବାର ଟିମ୍ ଘୋଷଣା କରିଛି। ଏହି ଟିମ୍‌କୁ ଶିଖର ଧାଓ୍ଵନ, ଭୁବନେଶ୍ୱର କୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟା ସୁସ୍ଥ ହୋଇ ଫେରିଛନ୍ତି । ପୂର୍ବରୁ ସେମାନେ ଆହତ କାରଣରୁ ବିଶ୍ରାମ ନେଇଥିଲେ। ନ୍ୟୁଜିଲାଣ୍ଡ ଗସ୍ତରେ ଏହି ୩ ଜଣ ଖେଳାଳିଙ୍କୁ ସାମିଲ କରାଯାଇ ନଥିଲା। ହାର୍ଦ୍ଦିକ  ନିକଟରେ ଡିଓ୍ଵାଇ ପାଟିଲ ଟି୨୦ ଟୁର୍ଣ୍ଣାମେଣ୍ଟରେ ୫୫ଟି ବଲ ଖେଳି ୧୫୮ ରନ୍ କରି ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଭାରତୀୟ ଟିମ୍‌: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ଵନ, ପୃଥ୍ଵୀ ସ, କେଏଲ୍ ରାହୁଲ, ମନୀଷ ପାଣ୍ଡେ, ଶ୍ରେୟସ ଆୟର, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ନଭଦୀପ ସଇନି, କୁଲଦୀପ ଯାଦବ ଓ ଶୁଭମନ ଗିଲ।

Leave A Reply

Your email address will not be published.