Latest Odisha News

BREAKING NEWS

କୋହଲିଙ୍କୁ ଅଣଦେଖା କରୁଛନ୍ତି କି ହାର୍ଦ୍ଦିକ ?

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ରୋହିତ ଶର୍ମା ଖେଳୁ ନାହାନ୍ତି । ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି । ତେବେ ପ୍ରଥମ ମ୍ୟାଚ ଅବସରରେ ହାର୍ଦ୍ଦିକ ସମ୍ପୂର୍ଣ୍ଣ ଭାବେ କୋହଲିଙ୍କୁ ଅଣଦେଖା କରୁଥିବା ଦେଖିବାକୁ ମିଳିଥିଲା । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମ୍ୟାଚର ୨୧ତମ ଓଭରରେ ଜୋସ ଇଂଲିଶ ବିପକ୍ଷରେ କୁଲଦୀପ ଯାଦବ ବୋଲିଂ କରିବାକୁ ଯାଉଥିଲେ । ସେ ସମୟରେ ତାଙ୍କ ପାଖରେ କୋହଲି ଏବଂ ହାର୍ଦ୍ଦିକ ତାଙ୍କ ପାଖରେ ଠିଆ ହୋଇଥିଲା । କୋହଲି ଫିଲ୍ଡିଂ ନେଇ କିଛି ପ୍ରସ୍ତାବ ଦେବାକୁ ଚାହୁଁଥିବା ବେଳେ ହାର୍ଦ୍ଦିକ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଥିଲେ । ସେ ତାଙ୍କ କଥା ନ ଶୁଣି ପଳାଇ ଯାଇଥିଲେ ।

କୋହଲି ମଧ୍ୟ ଅସନ୍ତୁଷ୍ଟ ହୋଇ ଫିଲ୍ଡିଂ କରିବାକୁ ପଳାଇ ଯାଇଥିଲେ । ଶ୍ରୀଲଙ୍କା ବିପକ୍ଷ ସିରିଜରେ ମଧ୍ୟ ଏକତ୍ର ବ୍ୟାଟିଂ କରୁଥିବା ବେଳେ କୋହଲିଙ୍କ ଏକ ରନକୁ ହାର୍ଦ୍ଦିକ ନେବା ପାଇଁ ମନା କରି ଦେଇଥିଲେ । ଏପରିକି କୋହଲି ପିଚର ଅଧା ପର୍ଯ୍ୟନ୍ତ ଆସିଥିଲେ ମଧ୍ୟ ସେ ଶୁଣି ନ ଥିଲେ । ସେହିପରି ଉକ୍ତ ସିରିଜରେ କୋଲକାତା ମ୍ୟାଚରେ ହାର୍ଦ୍ଦିକ ସମସ୍ତ ଖେଳାଳିଙ୍କ ସହ ହାତ ମିଳାଇଥିଲେ ମଧ୍ୟ କୋହଲିଙ୍କଠାରୁ ଦୂରେଇ ରହିଥିଲେ । ସେବେଠାରୁ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.