Latest Odisha News

BREAKING NEWS

ଭିନ୍ନ ପରମ୍ପରା: ଝିଅର ବିବାହରେ ମାମୁଁ ଘରୁ ଆସିଲା ଆଶ୍ଚର୍ଯ୍ୟ କଲା ଭଳି ଉପହାର

ରାଜସ୍ଥାନ: ଦୁନିଆରେ ବିଭିନ୍ନ ସ୍ଥାନରେ ବିବାହ ରୀତିନୀତି ଭିନ୍ନ ଭିନ୍ନ ହୋଇଥାଏ । ସେହିପରି ରାଜସ୍ଥାନର ଏକ ପ୍ରଥା ହେଉଛି ‘ଭାତ’୍ । ଜାଟ୍ ପରିବାରରେ ଏହା ମାୟରା ନାମରେ ଜଣାଶୁଣା । ଏହି ରୀତିନୀତି ଭାଇ ଦ୍ୱାରା କରାଯାଏ । ପୁଅ କିମ୍ବା ଝିଅର ବିବାହ ସମୟରେ ସେମାନଙ୍କ ମାମୁଁ ଘରକୁ ପିତାମାତା ନିମନ୍ତ୍ରଣ ପଠାନ୍ତି । ମାମଁ ୁଘର ଲୋକେ ସେମାନଙ୍କର ଆର୍ôଥକ ସ୍ଥିତି ଅନୁଯାୟୀ କିଛି ଉପହାର ଦେବାର ପରମ୍ପରା ରହିିଛି । ଭାଇମାନେ ନିଜ ଭଉଣୀର ସନ୍ତାନଙ୍କ ପାଇଁ ଉପହାର ଆଣିବା ଦ୍ୱାରା ପୂଣ୍ୟ ମିଳିଥାଏ ବୋଲି ସେଠାକାର ଲୋକଙ୍କ ବିଶ୍ୱାସ ରହିଛି । କିନ୍ତୁ ଲୋକମାନେ ଏତେ ଟଙ୍କା ଖର୍ଚ୍ଚ କରନ୍ତି ଯେ ଏହା ଆଲୋଚନାର ବିଷୟ ପାଲଟିଯାଏ । ରାଜସ୍ଥାନର ଜଣେ ବ୍ୟକ୍ତି ଏଭଳି ଏକ ଉତ୍ସବ ସମୟରେ ଏତେ ଟଙ୍କା ଓ ସୁନା ଉପହାର ଦେଇଛନ୍ତି, ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ।

ରାଜସ୍ଥାନ ନାଗର ଜିଲ୍ଲାର ବୁରଡ଼ି ଗ୍ରାମର ଘେଭରୀ ଦେବୀ ଏବଂ ଭମ୍ବରଲାଲ ପୋଟାଲିଆଙ୍କ ଝିଅ ଅନୁଷ୍କାଙ୍କ ବିବାହ ଆୟୋଜିତ ହୋଇଥିଲା । ଏହି ଅବସରରେ ଆୟୋଜିତ ହୋଇଥିଲା ମାୟରା ପରମ୍ପରା, ଯାହା ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଉତ୍ସବରେ କନ୍ୟାର ମାମୁଁ ଓ ତାଙ୍କର ତିନି ପୁଅ ଉପହାର ଥାଳି ଧରି ପହଞ୍ôଚଥିଲେ । ୩ କୋଟି ଟଙ୍କା ମୂଲ୍ୟର ଉପହାର ଧରି ବିବାହ ସମାରୋହରେ ପହଞ୍ଚିଥିଲେ । ଏଥିରେ ଥିଲା ନଗଦ ୮୦ ଲକ୍ଷ ଟଙ୍କା ,୪୦ ତୋଳା ସୁନା ଅଳଙ୍କାର, ୩ କିଲୋ ରୂପା ଓ ୩୦ ଲକ୍ଷ ଟଙ୍କାର ପ୍ଲଟ । କେବଳ ସେତିକି ନୁହେଁ, ଏକ ଟ୍ରାକ୍ଟର ଭର୍ତ୍ତି ଧାନ ଓ ଗୋଟେ ସ୍କୁଟି ମଧ୍ୟ ଉପହାର ଦେଇଥିଲେ । ଏତେ ପରିମାଣର ଉପହାର ଦେଖି ଉପସ୍ଥିତ ବନ୍ଧୁବାନ୍ଧବ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଏଠାରେ ଏପରି ଦାମି ଉପହାର ଦେବା କିଛି ନୂଆ କଥା ନୁହେଁ । ପୂର୍ବରୁ ଅନେକ ଏପରି ଦାମି ଉପହାର ଦେଇଥିବା ନଜିର ଅଛି । ତେବେ ଏତେ ପରିମାଣର ଉପହାର ଦେବା ଏହା ସ୍ଥାନୀୟ ଅଞ୍ଚଳରେ ପ୍ରଥମ ଘଟଣା ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.