ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଟିମକୁ ଶକ୍ତ ଧକ୍କା ଲାଗିଛି । ଦଳର ଅଭିଜ୍ଞ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ୧୩ ଜୁନରୁ ଏହି ସିରିଜ ଆରମ୍ଭ ହେବ । ଦିନକ ପୂର୍ବରୁ ରୋହିତ ଶର୍ମା ଓ ହାର୍ଦ୍ଦିକ ଫିଟନେସ ଟେଷ୍ଟ ପାସ କରିଥିଲେ । ଏବେ ହାର୍ଦ୍ଦିକଙ୍କୁ ସମ୍ପୂର୍ଣ୍ଣ ଫିଟ ହେବା ପାଇଁ ଅତି କମରେ ୩ ସପ୍ତାହ ସମୟ ଲାଗିବ ବୋଲି ଜଣାପଡିଛି । ଫିଟନେସ ଆସେସମେଂଟରେ ୧୦ ଓଭର କ୍ରମାଗତ ବୋଲିଂ କରିବା ପାଇଁ କୁହାଯାଇଥିଲା ।
ଲମ୍ବା ବ୍ରେକ ପରେ ହଠାତ ଏତେ ଓଭର ବୋଲିଂ କରିବା ଯୋଗୁ ତାଙ୍କ ଜଙ୍ଘର ମାଂସପେଶୀ ଉପରେ ଅତିରିକ୍ତ ଚାପ ପଡିଥିଲା । ସେ ନୂଆ ଆଘାତ ସମସ୍ୟାରେ ପଡିଛନ୍ତି । ପୂର୍ବରୁ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଘାତ ସମସ୍ୟା ଯୋଗଚ ସମ୍ପୂର୍ଣ୍ଣ ସିରିଜରୁ ଓହରି ଯାଇଥିଲେ । ରୋହିତ ଓ ହାର୍ଦ୍ଦିକଙ୍କୁ ସବଜେକ୍ଟ ଅଫ ଫିଟନେସ ଆଧାରରେ ଦଳରେ ଚୟନ କରାଯାଇଥିଲା ।