Latest Odisha News

BREAKING NEWS

୬୫ ବର୍ଷରେ ସାଲଭେଙ୍କ ସେକେଣ୍ଡ ମ୍ୟାରେଜ

ଲଣ୍ଡନ: ସେକେଣ୍ଡ ଇନିଂସ ଆରମ୍ଭ କଲେ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ । ୬୫ ବର୍ଷ ବୟସରେ କଲେ ଦ୍ୱିତୀୟ ବିବାହ । ସେ ତାଙ୍କ ବାନ୍ଧବି କାରୋଲିନ ବ୍ରୋସାର୍ଡଙ୍କ ହାତ ଧରିଛନ୍ତି । ବୁଧବାର ଲଣ୍ଡନର ଏକ ଚର୍ଚ୍ଚରେ ଖ୍ରୀଷ୍ଟଧର୍ମ ଅନୁଯାୟୀ ବିବାହ କରିଛନ୍ତି ।

କରୋନା କଟକଣା ଯୋଗୁ ମାତ୍ର ୧୫ ଜଣ ଲୋକ ଏହି ବିବାହ ଉତ୍ସବରେ ସାମିଲ ହୋଇଥିଲେ। ଏମାନଙ୍କ ମଧ୍ୟରେ କାରୋଲିନଙ୍କ ପରିବାର ଲୋକ ମଧ୍ୟ ରହିଥିଲେ। ବିବାହ ଉତ୍ସବରେ କାରୋଲିନ ଧଳା ପୋଷାକ ପିନ୍ଧିଥିବା ବେଳେ ସାଲଭେ କଳା ରଙ୍ଗର କୋଟ ପରିଧାନ କରି ବେଶ ଆକର୍ଷଣୀୟ ଲାଗୁଥିଲେ।

ସାଲଭେ ଓ କାରୋଲିନଙ୍କ କେବେ ହୋଇଥିଲା ଭେଟ?
ବ୍ରିଟେନ ରୟାଲ ଫ୍ୟାମିଲର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯଇଥିଲେ ହରିସ ସାଲଭେ । ସେଠାରେ କାରୋଲିନଙ୍କ ସହ ସାଲେଭଙ୍କ ଦେଖାସାକ୍ଷାତ ହୋଇଥିଲା । ଆଉ ଏହି ଦେଖାସାକ୍ଷାତ କାଳକ୍ରମେ ପ୍ରେମରେ ପରିଣତ ହୋଇଥିଲା । ପରସ୍ପରଙ୍କ ମଧ୍ୟରେ ଯୋଗସୂତ୍ର ସାଜିଥିଲା ମ୍ୟୁଜିକ । କାରଣ କାରୋଲିନ ଜଣେ ଭଲ ମ୍ୟୁଜିସିଆନ ଏବଂ ସାଲଭେଙ୍କ ମଧ୍ୟ ମ୍ୟୁଜିକ ପ୍ରତି ଢ଼େର ଦୁର୍ବଳତା ରହିଛି ।

ସାଲଭେ ଓ କାରୋଲିନଙ୍କ ଏହା ଦ୍ୱିତୀୟ ବିବାହ। ଜୁନ ମାସରେ ସାଲଭେ ତାଙ୍କ ପ୍ରଥମ ପତ୍ନୀ ମୀନାକ୍ଷୀଙ୍କୁ ଛାଡ଼ପତ୍ର ଦେଇଥିଲେ। ୩୮ ବର୍ଷ ତଳେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ପ୍ରଥମ ବିବାହ ଶେଷ କରିବା ପରେ ଏବେ ସେ ୬୫ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିଛନ୍ତି।

ହରିଶ ସାଲଭେଙ୍କର ଦୁଇଟି ଝିଅ ରହିଛନ୍ତି। ଜଣଙ୍କ ବୟସ ୩୭ ଓ ଆଉ ଜଣଙ୍କ ବୟସ ୩୩। ସେମାନେ ଦିଲ୍ଲୀ-ଏନସିଆରରେ ରୁହନ୍ତି। କାରୋଲିନଙ୍କର ମଧ୍ୟ ଗୋଟିଏ ଝିଅ ରହିଛନ୍ତି। କାରୋଲିନଙ୍କୁ ବିବାହ କରିବା ପାଇଁ ସାଲଭେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.