Latest Odisha News

BREAKING NEWS

ଘରେ ବସି ବୁଲି ପାରିବେ ନନ୍ଦନକାନନ

ଭୁବନେଶ୍ୱର: ଏଣିକି ଘରେ ବସି ଦେଖିହେବ ନନ୍ଦନକାନନ । ଅନ୍‌ଲାଇନ୍‌ରେ ଘରେ ରହି ସମସ୍ତ ଜୀବଜନ୍ତୁଙ୍କୁ ଦେଖିପାରିବେ ଲୋକ । ମହାମାରୀ କରୋନା ଯୋଗୁଁ ଦୂରଦୂରାନ୍ତରୁ ନନ୍ଦନକାନନ ଆସି ପାରୁନଥିବା ପର୍ଯ୍ୟଟକଙ୍କ ପାଇଁ ନୂଆ ୱେବ୍‌ସାଇଟ ଲଂଚ ହୋଇଛି ।

ଏଥିରେ ନନ୍ଦନକାନନର ସମସ୍ତ ଜୀବଜନ୍ତଙ୍କ ଭିଡିଓ ୱେବସାଇଟରେ ଅପଲୋଡ କରାଯାଇଛି। nandankanan.org ୱେବସାଇଟକୁ ଯାଇ ଯେ କେହି ଘରେ ବସି ନନ୍ଦନକାନନର ପରିବେଶ ଉପଭୋଗ କରିପାରିବେ। ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

ମହାମାରୀ କରୋନା ପାଇଁ ଦୀର୍ଘ ୭ ମାସ ଧରି ବନ୍ଦ ରହିଥିଲା ପ୍ରାଣୀ ଉଦ୍ୟାନ ନନ୍ଦନକାନନ। ଗତ ୪ ତାରିଖରେ ଖୋଲିଲା ନନ୍ଦନକାନନ। ପର୍ଯ୍ୟଟକମାନେ କାଉଣ୍ଟର ଓ ଅନ୍‌ଲାଇନରେ ଟିକଟ କିଣି ପ୍ରାଣୀ ଉଦ୍ୟନର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି। ଏଥିପାଇଁ ସ୍ୱଚ୍ଛତା ଓ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଇଛି।

Leave A Reply

Your email address will not be published.