Latest Odisha News

BREAKING NEWS

୨ଟି ଆନ୍ତର୍ଜାତୀୟ ମ୍ୟାଚରୁ ନିଲମ୍ବିତ ହେଲେ ହରମନପ୍ରୀତ

ଦୁବାଇ: ବାଂଲାଦେଶ ବିପକ୍ଷ ଦିନିକିଆ କ୍ରିକେଟ ସିରିଜର ଅନ୍ତିମ ମ୍ୟାଚରେ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିବା ଭାରତୀୟ ମହିଳା ଟିମର ଅଧିନାୟିକା ହରମନପ୍ରୀତ କୌରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ମଙ୍ଗଳବାର ଆଇସିସି ଆଚରଣ ସଂହିତା ତାଙ୍କୁ ୨ଟି ଆନ୍ତର୍ଜାତୀୟ ମ୍ୟାଚରୁ ନିଲମ୍ବିତ କରିଛି । ପୂର୍ବରୁ ତାଙ୍କର ୫୦ ପ୍ରତିଶତ ମ୍ୟାଚ ଫି କଟାଯିବା ସହ ୩ ଡିମେରିଟ ପଂଏଟ ଯୋଡା ଯାଇଥିଲା । ହରମନପ୍ରୀତ ତାଙ୍କ ଦୋଷ ସ୍ୱୀକାର କରିବା ସହ ଏଥିନେଇ କ୍ଷମା ପ୍ରାର୍ଥନା କରିଛନ୍ତି । ସେ ଆଇସିସି ପ୍ୟାନେଲ ଦ୍ୱାରା ଦିଆଯାଇଥିବା ଦଣ୍ଡକୁ ମଧ୍ୟ ସ୍ୱୀକାର କରିଛନ୍ତି । ଅନ୍ତିମ ଦିନିକିଆରେ ହରମନପ୍ରୀତଙ୍କୁ ଅମ୍ପାୟର ଆଉଟ ଦେବା ପରେ ସେ ନିଷ୍ପତି ନେଇ ବିରୋଧ ପ୍ରଦର୍ଶନ କରିଥିଲେ ।

ଏପରିକି ବ୍ୟାଟରେ ୱିକେଟ ଭାଙ୍ଗି ଦେଇଥିଲେ । ମ୍ୟାଚ ଶେଷ ହେବା ପରେ ସେ ଅମ୍ପାୟରକୁ ସମାଲୋଚନା କରିବା ସହ ଅନାବଶ୍ୟକ ବୟାନବାଜି କରିଥିଲେ । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଭାରତର ପୂର୍ବତନ ମହିଳା ଆନ୍ତର୍ଜାତୀୟ ଖେଳାଳିମାନେ ମଧ୍ୟ ହରମନପ୍ରୀତଙ୍କ ବ୍ୟବହାର ଗ୍ରହଣ ଯୋଗ୍ୟ ନୁହେଁ ବୋଲି ମତ ଦେଇଥିଲେ ।

Leave A Reply

Your email address will not be published.