Latest Odisha News

BREAKING NEWS

ମୃତ୍ୟୁ ବି ଏମିତି ଆସେ : ଶୋଇଥିବା ଅବସ୍ଥାରେ ପାଟିରେ ପଶିଗଲା ବିଷାକ୍ତ ଝିଟିପିଟି ,୩ ବର୍ଷ ବାଳକର ମୃତ୍ୟୁ

ଛତିଶଗଡ: ମୃତ୍ୟୁ ବି ଏମିତି ଆସେ । ସୁସ୍ଥ ସବଳ ପିଲାଟି ଶୋଇଥିଲା । ହଠାତ୍ ଚିତ୍କାର କରିବାରୁ ଘର ଲୋକ ଧାଇଁ ଆସିଲେ । ଦେଖିଲା ବେଳକୁ ପିଲାଟି ପାଟିରେ ପଶିଯାଇଛି ବିଷାକ୍ତ ଝିଟିପିଟି । ଆଉ ଡ଼ାକ୍ତରଖାନା ନେବା ବେଳକୁ ପିଲାଟିର ମୃତ୍ୟୁ ଘଟିଥିଲା । ଛତିଶଗଡ଼ କୋରବାଙ୍କ ବ୍ୟାଙ୍କିମୋଙ୍ଗ୍ରା ଅଞ୍ଚଳରୁ ଏହି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ।

କୋରବାସ୍ଥିତ ବ୍ୟାଙ୍କିମୋଙ୍ଗ୍ରା ପୋଲିସ ଷ୍ଟେସନ ଅଧୀନରେ ଥିବା ନାଗିନ ଭନ୍ତାରେ ରୁହନ୍ତି ରାଜକୁମାର ସାଣ୍ଡେ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ନିକଟରେ ତାଙ୍କ ପୁଅ ଜଗଦିଶ ଖଟ ଉପରେ ଶୋଇଥିଲେ । ତାଙ୍କ ମା କିଛି ଜିନିଷ କିଣିବାକୁ ନିକଟସ୍ଥ ଦୋକାନକୁ ଯାଇଥିଲେ । ଏହି ସମୟରେ ପିଲାଟିର ପାଟିରେ ଏକ ବିଷାକ୍ତ ଝିଟିପିଟି ପଶି ଯାଇଥିଲା । ପିଲାଟି ଚିତ୍କାର କରିବାରୁ ପାଖ ଦୋକାନକୁ ଯାଇଥିବା ତାଙ୍କ ମାଆ ଓ ଅନ୍ୟ ସଦସ୍ୟ ଦୌଡ଼ି ଆସିଥିଲେ । କିଛି କହି ପାରୁ ନ ଥିବା ପିଲାଟି ତଣ୍ଟି ଧରି ଗଡ଼ିଯିବା ସହ ବାନ୍ତି କରିବା ମଧ୍ୟ ଆରମ୍ଭ କଲା । ପରିବାର ଲୋକେ ତୁରନ୍ତ ତାଙ୍କୁ ହସପିଟାଲକୁ ନେଇଥିଲେ । କିଛି ଚିକିତ୍ସା ଆରମ୍ଭ କରିବା ପରେ ଅତର୍କିତ ଭାବେ ଏକ ବିଷାକ୍ତ ଝିଟିପିଟି ପିଲାଟିର ଖାଦ୍ୟଥଳିରେ ଥିବାର ଡାକ୍ତର ଦେଖିବାକୁ ପାଇଥିଲେ । କିନ୍ତୁ ସେତେବେଳକୁ ପିଲାଟିର ମୃତ୍ୟୁ ଘଟିଥିଲା ।

ଏହି ଖବର ପ୍ରଚାର ହେବା ପରେ ସମସ୍ତଙ୍କ ଛାତିଙ୍କୁ ଥରାଇ ଦେଇଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛିି ।

Leave A Reply

Your email address will not be published.