Latest Odisha News

BREAKING NEWS

ଆପଣଙ୍କ ପିଲା ମଧ୍ୟ ମୋବାଇଲ୍ ପାଇଁ ଜିଦ୍ କରୁଛି କି, ତେବେ ଆପଣାନ୍ତୁ ଏହି ଉପାୟ…

ଭୁବନେଶ୍ଵର: ଆଜିର ସମୟରେ ମୋବାଇଲ୍ ଏପରି ଏକ ଜିନିଷ ହୋଇଯାଇଛି ଯାହା ବିନା ତୁମେ କିଛି କରିବାକୁ ଚିନ୍ତା ମଧ୍ୟ କରିପାରିବ ନାହିଁ | ବର୍ତ୍ତମାନର ଯୁବପିଢୀଙ୍କ ପାଇଁ ନିଶ୍ଵାସ ନେବା ଯେତିକି ଜରୁରୀ ମୋବାଇଲ ମଧ୍ୟ ସେତିକି ଜରୁରୀ ହୋଇପଡିଛି । ସକାଳୁ ନିଜ ଭାଙ୍ଗିବା ପରଠାରୁ ରାତିରେ ନିଦ ଆସିବା ପର୍ଯ୍ୟନ୍ତ ମୋବାଇଲ ସେମାନଙ୍କ ପାଇଁ ନିହାତି ଜରୁରୀ । ଯଦିଓ ଏହା ଆମ ଜୀବନକୁ ଅନେକ ମାତ୍ରାରେ ସହଜ କରିଦେଇଛି, ତଥାପି ଏହାଦ୍ଵାରା ଅନେକ ସମସ୍ୟାର ସମ୍ମୁଖିନ ମଧ୍ୟ ହେଉଛନ୍ତି ଯୁବପିଢୀ ।

ଏକ ସମୟରେ ଘଣ୍ଟା ଘଣ୍ଟା ଧରି ମୋବାଇଲ୍ ବ୍ୟବହାର କରିବା ଦ୍ୱାରା ମେଦବହୁଳତା ସୃଷ୍ଟି ହୋଇପାରେ ଏବଂ ଆମର ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ | କେବଳ ବୟସ୍କ ନୁହଁନ୍ତି ପିଲାମାନେ ମଧ୍ୟ ମୋବାଇଲ୍ ଫୋନ୍ କୁ ଏପରି ବ୍ୟବହାର କରନ୍ତି ଯେପରି ତାହା ସେମାନଙ୍କ ପାଇଁ ଏକ ନିଶା ପାଲଟିଯାଇଛି । ଲକଡାଉନ୍ ପରେ ପିଲାମାନଙ୍କର ପାଠପଢା ମଧ୍ୟ ଅନଲାଇନ୍ ମାଧ୍ୟମରେ ହେଉଥିଲା । ଯେଉଁଥିପାଇଁ ସେମାନଙ୍କର ଅଧିକାଂଶ ସମୟ ମୋବାଇଲ୍ ସ୍କ୍ରିନ୍ ସାମ୍ନାରେ ବିତୁଥିଲା । ପିଲାମାନଙ୍କରେ ମୋବାଇଲ୍ ନିଶା ସୃଷ୍ଟି କରିବା ପାଇଁ ଅନେକ ସ୍ଥାନରେ ପିତାମାତା ମଧ୍ୟ ଦାୟୀ ଅଟନ୍ତି |

ଛୋଟ ବେଳେ ପିଲାମାନେ ଯେତେବେଳେ କାନ୍ଦିଲେ ସେତେବେଳେ ପିତାମାତା ତାଙ୍କୁ ମୋବାଇଲ୍ ଧରାଇଦେଲେ । ଯେତେବେଳେ ଖାଇବାକୁ ଜିଦି କଲେ ସେତେବେଳେ ବି ତାଙ୍କୁ ମୋବଇଲ ଧରେଇଦେଲେ । ଯଦ୍ଵାରା ପିଲାମାନଙ୍କ ପାଇଁ ଏହା ଏକ ପ୍ରକାରର ନିଶା ପାଲଟିଗଲା । ଏପରି ହେଲା ଯାହାଦ୍ଵାରା ମୋବାଇଲ୍ ବିନା ପିଲାମାନେ କୌଣସି କାମ ମଧ୍ୟ କଲେନାହିଁ । ଏପରି କରିବା ଦ୍ଵାରା ପିଲା ମାନଙ୍କର ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିଥାଏ ଏବଂ ପିଲା ଜିଦଖୋର ହୋଇଯାଆନ୍ତି ।

ଆପଣଙ୍କ ପିଲାଙ୍କୁ ମୋବାଇଲ୍ ନିଶା ରୁ ମୁକ୍ତ କରିବା ପାଇଁ ଆପଣ ସେମାନଙ୍କର ମୋବାଇଲ୍ ବ୍ୟବହାର ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସ୍ଥିର କରନ୍ତୁ | ମୋବାଇଲ ତାଙ୍କୁ ଅଧିକ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ |ଏହା ସହିତ, ଖାଇବା ସମୟରେ ପିଲାକୁ କେବେବି ଫୋନ୍ ଦିଅନ୍ତୁ ନାହିଁ | ମୋବାଇଲରେ କାର୍ଟୁନ୍ ଦେଖିବା ବ୍ୟତୀତ, ସେମାନଙ୍କ ପସନ୍ଦ ଅନୁଯାୟୀ ଇନଡୋର ଖେଳଣା ଆଣନ୍ତୁ । ଯାହାଦ୍ଵାରା ସେମାନେ ଖେଳିବାରେ ଅଧିକ ସମୟ ବିତାଇପାରିବେ । ଏହା ସହିତ, ମଝିରେ ମଝିରେ ସେମାନଙ୍କୁ ପାର୍କକୁ ମଧ୍ୟ ବୁଲେଇବାକୁ ନିଅନ୍ତୁ ଏବଂ ସେମାନଙ୍କୁ ନିଜ ସାଙ୍ଗମାନଙ୍କ ସହିତ ଖେଳିବାକୁ ଦିଅନ୍ତୁ | ଯଦି ଆପଣ ଚାହାଁନ୍ତି, ତେବେ ଆପଣ ସେମାନଙ୍କୁ ସେମାନଙ୍କର ପ୍ରିୟ ଖେଳ କିମ୍ବା କାର୍ଯ୍ୟକଳାପ ପାଇଁ କୌଣସି କ୍ଲାସ ମଧ୍ୟ ଜଏନ୍ କରାଇପାରିବେ । ଯେପରିକି ନାଚ, ଗୀତ, ଡ୍ରଇଂ, କିକ୍ ବକ୍ସିଂ ଇତ୍ୟାଦି । ଏହାଦ୍ଵାରା ସେମାନେ ସେମାନଙ୍କ ବଳକା ସମୟରେ ନିଜକୁ ବ୍ୟସ୍ତ ରଖିବା ସହ ସେମାନଙ୍କ ସେହି କାର୍ଯ୍ୟ ଉପରେ ଦକ୍ଷତା ମଧ୍ୟ ବୃଦ୍ଧି ପାଇବ ।

Leave A Reply

Your email address will not be published.