Latest Odisha News

BREAKING NEWS

ଓଡ଼ିଶାର ୨୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ‘କେମିତି ଏ ସମ୍ପର୍କ’

Kemitti A SaMPARK " released in 25 theaters in Odisha

ଭୁବନେଶ୍ୱର : ବରିଷ୍ଠ ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ)ଙ୍କ ନିର୍ଦ୍ଦେଶିତ ତଥା ଏକ ମୌଳିକ ପାରିବାରିକ କାହାଣୀରେ ଜେଜେଏନଜେ ବ୍ୟାନରରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘କେମିତି ଏ ସମ୍ପର୍କ’ ସାରା ଓଡ଼ିଶାର ୨୫ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏକ ସମ୍ପୂର୍ଣ୍ଣ ପାରିବାରିକ ତଥା ତ୍ରିକୋଣୀୟ ପ୍ରେମ ସହିତ ରହସ୍ୟ, ରୋମାଞ୍ଚ ଓ ସଂଘର୍ଷମୟ କାହାଣୀ ହୋଇଥିବାରୁ ଯୁବ ପିଢ଼ିଙ୍କ ମନରେ ଅଧିକ ଉତ୍କଣ୍ଠା ଦେଖିବାକୁ ମିଳିଛି । ସ୍ଥାନୀୟ ସ୍ଵାତି ସିନେପ୍ଲେକ୍ସର ପ୍ରିମିଅର ଶୋ’ ରେ ଦର୍ଶକଙ୍କ ଭିଡ଼ ବହୁ ମାତ୍ରାରେ ଜମିଥିଲା ।

 

ଅଭିନେତା ଆକାଶ ଦାସ ନାୟକ, ଅଭିନେତ୍ରୀ ଏଲିନା ସାମନ୍ତରାୟ ଏବଂ ଲିପ୍ସା ମିଶ୍ର ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସିନେମାର କାହାଣୀ ଓ ପ୍ରଯୋଜନା ଦାୟିତ୍ୱରେ ଥିବା ରୁପେଶ କୁମାର ନାୟକଙ୍କର ଏହା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର । ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର ଦେଇଥିବା ବେଳେ ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ଏବଂ ସଂଳାପ ଲେଖିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ ଚିତ୍ରତ୍ତୋଳନ ଭାର ସମ୍ଭାଳିଛନ୍ତି କାହ୍ନୁ ନନ୍ଦ । ସମ୍ପାଦନା ରାଜେଶ ଦାସ । କଳା ନିବାରଣ ଷଡ଼ଙ୍ଗୀ, କୋରିଓଗ୍ରାଫି ରେ ଲୁବୁନ ଟୁବୁନ, ଭିଏଫକ୍ସ ଦାୟିତ୍ବରେ ଅମର ଦାଶ ଥିବାବେଳେ ମୁଖ୍ୟ ବ୍ୟବସ୍ଥାପକ ଭାବେ ଚିତ୍ତରଞ୍ଜନ ଆଚାର୍ଯ୍ୟ ଓ କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ଅଛନ୍ତି ।

ଏହି ଚଳଚ୍ଚିତ୍ରରେ ଅନ୍ୟାନ୍ୟ ଭୂମିକାରେ ପ୍ରଦ୍ୟୁମ୍ନ ଲେଙ୍କା, ଅସିତ ପତି, ଜୀବନ ପଣ୍ଡା, ଉଷସୀ ମିଶ୍ର, ନମିତା ଦାସ, ଗୁଡ୍ଡୁ, ସନ୍ତୁ, ମିଳନ, ସବିତା, ମମତା, ଜ୍ଞାନ, ଭକ୍ତି, ଶିବ ପୂଜାପଣ୍ଡା ଓ ଶିଶୁ କଳାକାର ଲତାଶା ଖୁରାନା ଇତ୍ୟାଦି ଅଭିନୟ କରିଛନ୍ତି ।

Leave A Reply

Your email address will not be published.