Latest Odisha News

ସତୀଶ କୌଶିକଙ୍କ ଶେଷ ଫିଲ୍ମ ‘କାଗଜ 2‘ର ଟ୍ରେଲର ରିଲିଜ୍

ନୂଆଦିଲ୍ଲୀ: ଦିବଗଂତ ଅଭିନେତା ସତୀଶ କୌଶିକଙ୍କ ଅଭିନୀତ ଶେଷ ଫିଲ୍ମ ‘କାଗଜ 2‘ର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମରେ ଅନୁପମ ଖେର, ଦର୍ଶନ କୁମାର, ଦିବଗଂତ ସତୀଶ କୌଶିକ, ସ୍ମୃତି କାଲରା ଓ ନୀନା ଗୁପ୍ତାଙ୍କୁ ଦେଖିବାକୁ ମିଳିବ । ମାର୍ଚ୍ଚ ୧ରେ ଏହି ଫିଲ୍ମ ରିଲିଜ ହେବ । ବିକି ପ୍ରକାଶ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ।

ଏହି ଫିଲ୍ମର ଟ୍ରେଲର ସେୟାର କରି ଜଣେ ପ୍ରଶଂସକ କମେଟ୍ ଦେଇଛନ୍ତି, ‘‘ଫିଲ୍ମଟି ସିନେମା ହଲରେ ସୁପରହିଟ୍ ହେଉ ବୋଲି ଆଶା କରୁଛି।’’

ଏଥିସହ ଅଭିନେତା ଅନୀଲ କପୁର ଏହି ଫିଲ୍ମର ଟ୍ରେଲର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଆଉ ଲେଖିଛନ୍ତି ଯେ, ମୋର ପ୍ରିୟ ବନ୍ଧୁଙ୍କ ଏହା ଶେଷ ଫିଲ୍ମ। ଶେଷଥର ପାଇଁ ତାଙ୍କୁ ଅଭିନୟ କରୁଥିବା ଦେଖି ଖୁସି ଅନୁଭବ କରୁଛି ।

ସୂଚନାଯୋଗ୍ୟ, ଅଭିନେତା ତଥା ଫିଲ୍ମ ନିର୍ମାତା ସତୀଶ କୌଶିକଙ୍କ ଗତ ବର୍ଷ ମାର୍ଚ୍ଚ ମାସରେ ହାର୍ଟ ଆର୍ଟକରେ ଦେହାନ୍ତ ହୋଇଥିଲା ।

Leave A Reply

Your email address will not be published.