Latest Odisha News

BREAKING NEWS

କୋଲକାତା ସମ୍ମୁଖରେ ୧୯୩ ରନର ଲକ୍ଷ୍ୟ

ଦୁବାଇ: ଚଳିତ ଆଇପିଏଲ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗସ ୧୯୩ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ରଖିଛି । ଟସ୍ ଜିତି କୋଲକାତା ଅଧିନାୟକ ଇଅନ ମୋର୍ଗାନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ଚେନ୍ନାଇର ଫାଫ ଡୁ ପ୍ଲେସିସ ୫୯ ବଲରେ ୮୬, ମୋଇନ ଅଲି (୩୭),ଋତୁରାଜ ଗାଏକ୍ୱାଡ (୩୨) ଓ ରବିନ ଉଥପ୍ପା(୩୧) ରନ କରି ଦଳ ପାଇଁ ଏକ ଚ୍ୟାଲେଞ୍ଜିଂ ସ୍କୋର ଛିଡା କରିଥିଲେ ।

କୋଲକାତା ପକ୍ଷରୁ ସୁନୀଲ ନାରିନ ସର୍ବାଧିକ ୨ଟି ଉଇକେଟ ଅକ୍ତିଆର କରିଥିଲେ । କୋଲକାତା ୨୦୧୨ ସଫଳତା ଦୋହାରାଉଛି କିମ୍ବା ଚେନ୍ନାଇ ଏହାର ମଧୁର ପ୍ରତିଶୋଧ ନେବ ତାହା ଦେଖିବାକୁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.