Latest Odisha News

ଦିଲ୍ଲୀର ହାଉଜଖାସ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଦିବସ ପାଳନ

ନୂଆ ଦିଲ୍ଲୀ : ରାଜଧାନୀ ଦିଲ୍ଲୀ ହାଉଜଖାସର ପ୍ରମୁଖ ଜଗନ୍ନାଥ ମନ୍ଦିର ୪୬ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ କରାଯାଇଛି। ତିନିଦିନ ଧରି ଅନୁଷ୍ଠିତ ଏହି ମହୋତ୍ସବରେ ସହସ୍ରାଧିକ ଭକ୍ତ ସାମିଲ ହୋଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ବିଧାୟକ ସୋମନାଥ ଭାରତୀ ଯୋଗ ଦେଇଥିଲେ।ଏହି ଅବସରରେ ଶ୍ରୀ ଭାରତୀ ମନ୍ଦିର ସମ୍ମୁଖସ୍ଥ ବିଦ୍ୟୁତ ତାରର ଭୂତଳ ସରବରାହ ବ୍ୟବସ୍ଥାକୁ ଶୁଭ ପ୍ରଦାନ କରିଥିଲେ।

ପ୍ରତିଷ୍ଠା ଦିବସ ଉପଲକ୍ଷେ ଭୁବନେଶ୍ୱରର ସଂସ୍କୃତିକ ଅନୁଷ୍ଠାନ କଳାଶ୍ରମ ଏବଂ ନୀଳାଚଳ ସେବାସଂଘର ମିଳିତ ସହଯୋଗ ରେ ମନ୍ଦିର ପରିସରରେ ତିନି ଦିନ ଧରି ଆୟୋଜିତ ଗୁରୁକୃପା ଉତ୍ସବରେ -୨୦୨୩-୨୪ ବହୁ ବିଶିଷ୍ଟ କଳାକାର ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ । ଏହି ଉତ୍ସବକୁ ପରିଚାଳନା କରିବାରେ ରବୀନ୍ଦ୍ର ନାଥ ପ୍ରଧାନ, ଗୁରୁ ନିତ୍ୟାନନ୍ଦ ଦାସ ଏବଂ ବିଜୟ କୁମାର ଦାଶ ପ୍ରମୁଖ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ।

ପ୍ରତିଷ୍ଠା ଦିବସ ସମାରୋହର ଆୟୋଜନ ଏବଂ ସଫଳତାର ସହିତ ସମାପନ କରିବାରେ ମନ୍ଦିର ପରିଚାଳନା କମିଟିର ସଭାପତି ବିଘ୍ନେଶ୍ବର ରାଉତ, ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ ତଥା କର୍ମକର୍ତ୍ତା ବୃନ୍ଦ ଯଥା ଅଶୋକ ପ୍ରଧାନ(କ), କ୍ଷୀରୋଦ ପାତ୍ର,ଗଜେନ୍ଦ୍ର ସାମନ୍ତ, ଅଭିରାମ ସୁତାର, ଅଶୋକ ପ୍ରଧାନ(ଖ), ଅଜୟ ପ୍ରଧାନ,ପଙ୍କଜ ମହାନ୍ତି, ରଙ୍କନିଧି ସାହୁ, ବିଜୟ ସାହୁ, ଦିଲ୍ଲୀପ କୁମାର ସ୍ବାଇଁ, ଅମୂଲ୍ୟ ଓଝା, ସୁକାନ୍ତ ସାହୁ ଏବଂ ମନ୍ଦିରର ପରିଚାଳକ ରଶ୍ମି ରଞ୍ଜନ ପ୍ରଧାନ,ସହ ପରିଚାଳକ ଶଶୀକାନ୍ତ ସାହୁ, ସଂଜୀବ ଜେନା ଏବଂ ମନ୍ଦିରର ପୂଜକ ସନାତନ ପାଢ଼ୀ, ଦେବବ୍ରତ ମିଶ୍ର, ଜଗବନ୍ଧୁ ଦାଶ, ପ୍ରେମାନନ୍ଦ ଶତପଥି, ସନ୍ତୋଷ ପଣ୍ଡା ଓ ପ୍ରଶାନ୍ତ ଦାଶ ପ୍ରମୁଖଙ୍କର ଭୂମିକା ଉଲ୍ଲେଖଯୋଗ୍ୟ ଥିଲା।

Leave A Reply

Your email address will not be published.