Latest Odisha News

BREAKING NEWS

ଆମ୍ବୁଲାନ୍ସ ଡ୍ରାଇଭର୍ ଙ୍କୁ ମରଣାନ୍ତକ ଆକ୍ରମଣ

ଜୟପୁର : କାର୍ କୁ  ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ। ଜୟପୁର ଲେବର ଅଫିସ ସାମ୍ନାରେ ଏପରି ଅଘଟଣ ଘଟିଛି । ଫଳରେ କାର୍ ର ଫଛପଟ କାଚ ଭାଙ୍ଗିବା ସହ ଆମ୍ବୁଲାନ୍ସଟି ଦୁର୍ଘଟଣାରେ ନଷ୍ଟ ହୋଇଛିା । ସୂଚନା ଅନୁସାରେ ବୋରିଗୁମ୍ମାରୁ ଏକ ରୋଗୀକୁ ଧରି ୧୦୮ ଆମ୍ବୁଲାନ୍ସ କୋରାପୁଟ ମେଡିକାଲ କଲେଜକୁ ଯାଇ ଫେରୁଥିବା ସମୟରେ ଜୟପୁର ଲେବର ଅଫିସ ସାମ୍ନାରେ ଏକ କାର୍ କୁ ଧକ୍କା ଦେଇଥିଲା ।

୩ ଜଣ ବ୍ୟକ୍ତି ଅଳ୍ପ ଆହତ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ କାର ରେ ଥିବା ବ୍ୟକ୍ତି ଉତ୍ୟକ୍ତ ହୋଇ ଲୁହା ରଡରେ ଆମ୍ବୁଲାନ୍ସ ଡ୍ରାଇଭର ଆଶିଷ କୁମାର ବେହେରାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଡ୍ରାଇଭ  ଆଖିରେ ଗଭୀର ଆଘାତ ଲାଗିଛିା ପରେ ଡ୍ରାଇଭରଙ୍କୁ ଜୟପୁର ମୁଖ୍ୟ ଚିକିତ୍ସାଳୟକୁ ଭର୍ତି କରାଯାଇଥିଲା।ସେ ଏବେ ସୁସ୍ଥ ଅଛନ୍ତି।ଏନେଇ ଡ୍ରାଇଭର ଜଣକ ଜୟପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ କରିଥିଲେ। ପୋଲିସ ୧୦୮ ଆମ୍ବୁଲାନ୍ସ ଓ କାରକୁ ରଖି ତଦନ୍ତ କରୁଥିବା ଜଣାପଡ଼ିଛିା

Leave A Reply

Your email address will not be published.