Latest Odisha News

BREAKING NEWS

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ଓହରିଲେ ଅଷ୍ଟ୍ରେଲିଆର ପେସ ବୋଲର ହାଜେଲଉଡ

ଦି ଓଭାଲ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ପେସର ଜୋସ ହାଜେଲଉଡ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ଦି ଓଭାଲରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଅଳ୍ପ କେତୋଟି ମ୍ୟାଚ ଖେଳିବା ପରେ ସେ ସ୍ୱଦେଶ ପ୍ରତ୍ୟାବର୍ତନ କରିଥିଲେ । ସେ ସମ୍ପୂର୍ଣ୍ଣ ଭାବେ ଫିଟ ହୋଇ ନ ଥିବାରୁ ଅଷ୍ଟ୍ରେଲିଆ ବୋର୍ଡ ତାଙ୍କ ସ୍ଥାନରେ ଅଲରାଉଣ୍ଡର ମାଇକେଲ ନସୀରଙ୍କୁ ଚୂଡାନ୍ତ ଦଳରେ ସାମିଲ କରିଛି ।

ତେବେ ହାଜେଲଉଡ ଜୁନ ୧୬ରୁ ବର୍ମିଂହାମରେ ଆରମ୍ଭ ହେବାକୁ ଯାଉଥିବା ଆଶେଷ ଟେଷ୍ଟ ସିରିଜ ପୂର୍ବରୁ ସମ୍ପୂର୍ଣ୍ଣ ଫିଟ ହୋଇ ଯାଇଥିବା ଆଶା କରାଯାଉଛି । ଏହା ଜୁଲାଇ ୩୧ ପର୍ଯ୍ୟନ୍ତ ଖେଳାଯିବ । ୩୨ ବର୍ଷୀୟ ହାଜେଲଉଡଙ୍କ ଅନୁପସ୍ଥିତି ଟିମ କମ୍ବିନେଶନ ବିଗାଡିବ ନାହିଁ ବୋଲି ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି । ଉଭୟ ଟିମ ଭଲ ଫର୍ମରେ ଥିବାରୁ ଫାଇନାଲ ମ୍ୟାଚ ରୋମାଂଚକ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.