Latest Odisha News

BREAKING NEWS

୮୦ ବର୍ଗଫୁଟରେ ମିଳୁଛି ଘର : ମାସକୁ ଭଡ଼ା ୪୫ ହଜାର

ନ୍ୟୁୟର୍କ: ଭଲ ଘରେ ରହିବା ଓ ଭଲ ଖଣ୍ଡେ ଚାକିରି କରିବାକୁ ପ୍ରତ୍ୟେକ ଲୋକଙ୍କର ଇଛା ଥାଏ । ସେଥିଲାଗି ଅନେକ ଲୋକ ଚାକିରି କରିବା ପାଇଁ ନିଜର ଘରଦ୍ୱାର ଛାଡ଼ି ବିଦେଶକୁ ଚାଲିଯାଆନ୍ତି । ଆଉ ସେଠାରେ ଜୀବନଶୈଳୀ ବହୁତ ଆରାମଦାୟକ ହୋଇଥାଏ ବୋଲି ସମସ୍ତ ଭାବନ୍ତି । କିନ୍ତୁ ନିକଟରେ ଆମେରିକାର ଜଣେ ଯୁବତୀ ତାଙ୍କ ଜୀବନଶୈଳୀକୁ ନେଇ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

୨୫ ବର୍ଷୀୟା ଅଲାଇନା ରାଣ୍ଡାଜୋ ଆମେରିକା ନ୍ୟୁୟର୍କରେ ରୁହନ୍ତି । ଏଠାରେ ସେ ଏକ କମ୍ପାନୀରେ ଚାକିରି କରିଛନ୍ତି । ବର୍ଷେ ହେଲା ସେ ଏକ ଘର ଭଡ଼ା ନେଇ ରହୁଛନ୍ତି । ତାଙ୍କ ଘର ମାତ୍ର ୮୦ ବର୍ଗଫୁଟରେ ତିଆରି ହୋଇଛି । ଘରେ ଝରକା ଓ ଗାଧୁଆ ଘର ନାହିଁ । ଏଠାରେ କମ୍ ଜାଗାରେ ଶୋଇବା ଘର, ଲିଭିଂ ରୁମ୍ ଏବଂ ରୋଷେଇ ଘର ମିଳିଥାଏ । ଅଲାଇନା ତାଙ୍କର ଏହି ଛୋଟଘରର ଫଟୋ ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି, ଏହି ଘରକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏତେ କମ୍ ଜାଗାରେ ଜଣେ କିପରି ରହିବ ବୋଲି ପ୍ରଶ୍ନ କରିଛନ୍ତି ।

ଅଲାଇନା କୁହନ୍ତି, ମୁଁ ମିଶୋରୀର ବାସିନ୍ଦା । ସେଠାରେ ଏକ ଭଲ ଘରେ ରହୁଥିଲି । ସେଥିପାଇଁ ମାସକୁ ୨ ଲକ୍ଷ ଟଙ୍କା ଘରଭଡ଼ା ଦେବାକୁ ପଡୁଥିଲା । ପରେ ନ୍ୟୁୟର୍କରେ କମ୍ ପଇସାରେ ଛୋଟ ଘର ମିଳି ଯାଉଥିବା ଜାଣିବାକୁ ପାଇଲି । ବୁଝାବୁଝି କରିବା ପରେ ମାସିକ ୫୪ ହଜାର ଟଙ୍କାରେ ଏହି ଘର ପାଇଲି । ପ୍ରଥମେ ପ୍ରଥମେ ଏହି ଘରେ ରହିବାକୁ ଅସୁବିଧା ହେଉଥିଲା । ଧୀରେ ଧୀରେ ଆଡ଼ଜଷ୍ଟ ହୋଇଗଲା । କାରଣ ମୋତେ ଟଙ୍କା ବଞ୍ଚାଇବାର ଥିଲା । ବର୍ଷେ ହେଲାଣି ଏହି ଘରେ ମୁଁ ଓ ମୋର କୁକୁର ରହୁଛି ।

Leave A Reply

Your email address will not be published.