Latest Odisha News

ସିସୋଡିଆଙ୍କୁ ଆଶ୍ୱସ୍ତି, ଅସୁସ୍ଥ ପତ୍ନୀଙ୍କୁ ଭେଟି ପାରିବେ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଆପ ନେତା ମନୀଷ ସିସୋଡିଆଙ୍କ ବିରୋଧରେ ତଦନ୍ତ ଚାଲିଛି । ଏହି ଅବସରରେ ଶୁକ୍ରବାର ସିସୋଡିଆଙ୍କୁ ଆଶ୍ୱସ୍ତ ମିଳିଛି । ସେ ଶନିବାର ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ଭେଟିପାରିବେ ବୋଲି କୋର୍ଟ କହିଛନ୍ତି । ତେବେ ସେ ଆବେଦନ କରିଥିବା ମଧ୍ୟବର୍ତିକାଳୀନ ଜାମିନ ଆବେଦନ ରାୟକୁ ସଂରକ୍ଷିତ ରଖାଯାଇଛି । ପତ୍ନୀଙ୍କୁ ଭେଟିବା ସମୟରେ ସିସୋଡିଆ ଗଣମାଧ୍ୟମ ସହ କଥାବାର୍ତା ହୋଇପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ପତ୍ନୀଙ୍କ ଡାକ୍ତରୀ ରିପୋର୍ଟ କୋର୍ଟରେ ଦାଖଲ କରିବା ପାଇଁ ମନୀଷଙ୍କୁ କୁହାଯାଇଛି ।

ସେ ପୋଲିସ ହେପାଜତରେ ମଧ୍ୟ ଭେଟିପାରିବେ ବୋଲି କୋର୍ଟ କହିଛନ୍ତି । ସିସୋଡିଆ ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କୋର୍ଟଙ୍କୁ ଜାମିନ ମାଗିଥିଲେ । ଇତି ମଧ୍ୟରେ ଦିଲ୍ଲୀ କୋର୍ଟ ଅବକାରୀ ନୀତି ମାମଲାରେ ମନୀଷ ଏବଂ ଅନ୍ୟ ୩ଜଣ ଅଭିଯୁକ୍ତ ସମ୍ପର୍କୀତ ସମସ୍ତ କାଗଜପତ୍ର ମଗାଇଛନ୍ତି । ଜୁଲାଇ ୬ରେ ଏ ସମ୍ପର୍କୀତ ପରବର୍ତୀ ଶୁଣାଣୀ କରାଯିବ ।

Leave A Reply

Your email address will not be published.