Latest Odisha News

BREAKING NEWS

କୁକୁରକୁ ମିଳିଲା ଚାକିରି : ମାସକୁ ଦରମା ୩୫ ହଜାର

ଚୀନ: କେବଳ ମଣିଷମାନେ ଚାକିରି କରୁଥିବା ସମସ୍ତେ ଜାଣିଛନ୍ତି । ବିଜ୍ଞାନ ଏବଂ ବୈଷୟିକ ଜ୍ଞାନକୌଶଳର ବୃଦ୍ଧି ପରେ ଏବେ ରୋବଟ ପେଟ୍ରୋଲ ପମ୍ପ ହେଉ ବା ରେଷ୍ଟୁରାଣ୍ଟରେ କାମ କରୁଛନ୍ତି । କିନ୍ତୁ କମ୍ପାନୀରେ କୁକୁର ଚାକିରି କରିବା ଶୁଣିଛନ୍ତି ? ଚୀନ୍‌ର ଏକ କମ୍ପାନୀ କୁକୁରକୁ ନିଯୁକ୍ତି ଦେବା ସହ ମାସକୁ ଦରମା ବି ଦେଉଛି ।

ଚୀନ୍‌ର ଜୁଆଙ୍ଗଡୋଙ୍ଗ ପ୍ରଦେଶର ଏକ ଗୃହପାଳିତ ପଶୁ ଯୋଗାଣକାରୀ ସଂସ୍ଥା ଗୋଟିଏ କୁକୁରକୁ ନିୟୋଜିତ କରିଛି । କୁକୁରକୁ ପ୍ରତି ମାସରେ ଦରମା ମଧ୍ୟ ଦିଆଯାଉଛି । ଉକ୍ତ କମ୍ପାନୀ ନିକଟରେ ଏହାର ଏକ ବେତନ ସ୍ଲିପ ସୋସିଆଲ ମିଡ଼ିଆରେ ସେୟାର କରିବା ପରେ ଏହା ଖୁବ୍ ଭାଇରାଲ ହେଉଛି । କାରଣ ଏପର୍ଯ୍ୟନ୍ତ ପଶୁକୁ ବେତନ ପ୍ରାପ୍ତ କର୍ମଚାରୀ ଭାବରେ କେହି ଦେଖି ନ ଥିଲେ । ଚୀନ୍‌ର ଜୁଆଙ୍ଗଡୋଙ୍ଗ ପ୍ରଦେଶରେ ଗୃହପାଳିତ ପଶୁମାନଙ୍କ ପାଇଁ ଉତ୍ପାଦ ପ୍ରସ୍ତୁତ କରୁଥିବା ଏକ କମ୍ପାନୀ ଏହାର ଫାର୍ମରେ ଥିବା କୁକୁରକୁ ଚାକିରି ଦେଇଛି । କୁକୁର ନାଁ ହେଉଛି ବିଗ୍ ବିୟୁଟି । କୁକୁରର ପୋଷ୍ଟ ହେଉଛି ସୁରକ୍ଷା କ୍ୟାପଟେନ । ଏଥିପାଇଁ ସେ ପ୍ରତି ମାସରେ ୩୫ ହଜାର ଟଙ୍କା ପାଉଛିି ।

ତାଙ୍କର ଫେବୃଆରୀ ମାସର ଦରମା ସ୍ଲିପ ଚାଇନାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯଦି ସେମାନେ କିଛି ଭୁଲ କରନ୍ତି, କମ୍ପାନୀର ନିୟମ ଅନୁସାରେ କୁକୁରଙ୍କ ଦରମାରୁ କିଛି ଟଙ୍କା କାଟି ମଧ୍ୟ ଦିଆଯାଇଥାଏ । ତାଙ୍କୁ ଭଲ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଏ । ଏହି ଫାର୍ମରେ ଆହୁରି ଅନେକ ପ୍ରାଣୀ ଅଛନ୍ତିି, କିନ୍ତୁ ଦରମା କେବଳ ଏହି କୁକୁରକୁ ଦିଆଯାଏ । ସେ ଏଠାରେ ୭ ବର୍ଷ ହେଲାଣି କାମ କରୁଛିି । କମ୍ପାନୀର ପ୍ରଥମ କାମ କରୁଥିବା ଦ୍ୱାରପାଳଙ୍କ ପୋଷା କୁକୁର ଥିଲେ, ଯାହାର ମୃତ୍ୟୁ ପରେ କମ୍ପାନୀ ତାଙ୍କୁ ନିଯୁକ୍ତି ଦେଇଛି । କୁକୁରଟି କମ୍ପାନୀକୁ ଜଗିବା ସହିତ ମୂଷା ଧରିଥାଏ ।

Leave A Reply

Your email address will not be published.