Latest Odisha News

BREAKING NEWS

ବିବାହର ୪ ମାସ ପରେ ମା’ ହେବାକୁ ଯାଉଛନ୍ତି ସ୍ୱରା ଭାଷ୍କର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସ୍ୱରା ଭାଷ୍କର କୌଣସି ନା କୌଣସିି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସମାଜବାଦୀ ପାର୍ଟି ନେତା ଫହଦ ଅହମ୍ମଦଙ୍କୁ ବିବାହ କରି ଖୁବ ଚର୍ଚ୍ଚାରେ ଥିଲେ ସ୍ୱରା । ବିବାହର ମାତ୍ର ୪ ମାସ ପରେ ସ୍ୱରା ଏବେ ମା’ ହେବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ଅଯୋଧ୍ୟାର ଜଣେ ମହନ୍ତ ରାଜୁଦାସ ସ୍ୱରା ଭାସ୍କରଙ୍କୁ ନେଇ ଏକ ଟୁଇଟ କରିଛନ୍ତି । ଏହି ଖବର ପାଇବା ପରେ ପ୍ରଶଂସକମାନେ ଶୁଭେଚ୍ଛା ଜଣାଉଛନ୍ତି ।

ସ୍ୱରା ବିବାହ ମାତ୍ର ୪ ମାସ ପରେ ଗର୍ଭବତୀ ହୋଇଥିବାରୁ ସୋସିଆଲ ମିଡିଆରେ ଅନେକ ଟ୍ରୋଲ କରିଛନ୍ତି । ଏ ନେଇ ସ୍ୱରା ଭାସ୍କର କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଅନେକ ଚ୍ୟାନେଲ ମଧ୍ୟ ଏହା ଏକ ଗୁଜବ ବୋଲି କହିଛନ୍ତି । ଗତ ଫେବୃୟାରୀ ମାସରେ ସ୍ୱରା ଏବଂ ଫହଦ ଅହମ୍ମଦ ବିବାହ କରିଥିଲେ । ଏକ ଶୋଭାଯାତ୍ରା ଉଭୟ ପ୍ରଥମ ଥର ଭେଟିଥିଲୋ ପରେ ପ୍ରେମରେ ପଡ଼ିଥିଲେ । ସେମାନେ କୋର୍ଟରେ ବିବାହ କରିବା ପରେ ରୀତିନୀତି ଅନୁସାରେ ବିବାହ କରିଥିଲେ ।

Leave A Reply

Your email address will not be published.