Latest Odisha News

BREAKING NEWS

ଗଡ଼ସେ ପ୍ରସଙ୍ଗ: ଗିରଫ ହେବାରୁ ବର୍ତ୍ତିଲେ କମଲ ହାସନ, ମିଳିଲା ଆଗୁଆ ଜାମିନ

ଚେନ୍ନାଇ: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କୁ ଆତଙ୍କବାଦୀ ଏବଂ ସ୍ୱାଧୀନ ଭାରତର ପ୍ରଥମ “ଆତଙ୍କବାଦୀ” ଜଣେ “ହିନ୍ଦୁ” ବୋଲି ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ କହିଥିଲେ । ଯାହାକି ପରବର୍ତ୍ତୀ ସମୟରେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ମାଡ୍ରାସ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ତେବେ ସୋମବାର ଦିନ ଏହି ମାମଲାରେ ଗିରଫ ହେବାରୁ ବର୍ତ୍ତି ଯାଇଛନ୍ତି କମଲ ହାସନ । ମାଡ୍ରାସ ହାଇକୋର୍ଟ ତାଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି ।

ଡ଼େକାନ ହେରାଲ୍ଡରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗତସପ୍ତାହରେ ଭାରତୀୟ ପିଙ୍ଗଳ କୋର୍ଡ଼ର ଧାରା ୧୫୩ଏ ଏବଂ ୨୯୫ଏ ରେ ହାସନଙ୍କ ବିରୋଧରେ “ଧର୍ମକୁ ନେଇ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା ” ଅଭିଯୋଗରେ ଆରଭାକୁରୁଚି ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା ।

ହାସନ ହାଇକୋର୍ଟରେ ତାଙ୍କର ବକ୍ତବ୍ୟ ରଖି କହିଛନ୍ତି ଯେ, “ସେ ଦେଇଥିବା ଟିପ୍ପଣୀ ଘୃଣିତ ନୁହେଁ । “ମୁଁ ବାସ୍ତବତାକୁ ଲକ୍ଷ କରି ଏହି ଟିପ୍ପଣୀ କରିଥିଲି, ଏହା ଘୃଣା ଉଦ୍ରେକ ନୁହେଁ । ନାଥୁରାମ ଗଡ଼ସେଙ୍କୁ ନେଇ ଦେଇଥିବା ଟିପ୍ପଣୀ ଏକ ଐତିହାସିକ ତଥ୍ୟ,” ଏହି ବକ୍ତବ୍ୟ ହାଇକୋର୍ଟରେ ପ୍ରଦାନ କରିଛନ୍ତି କମଲ ହାସନ । ସେ ଆହୁରି ମଧ୍ୟ କହିଛନ୍ତି ଯେ, “ତାଙ୍କର ଟିପ୍ପଣୀକୁ ଭୁଲ ଅର୍ଥ କରି ପ୍ରୟୋଗ କରାଯାଇଛି ।”

Leave A Reply

Your email address will not be published.