Latest Odisha News

BREAKING NEWS

ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ

କଟକ: ଓଡିଶା ହାଇକୋର୍ଟ ବୁଧବାର ଦିନ ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ ତଦନ୍ତରେ ସହଯୋଗ କରିବାକୁ ମଧ୍ୟ ନିଦେ୍ର୍ଧଶ ଦେଇଛନ୍ତି ।

BjdElectrycity

ସୂଚନାଯୋଗ୍ୟ, ଜୟପୁରର ଭିଜିଲାନ୍ସ ଅଧିକାରୀ ୧୭ ଜାନୁଆରୀରେ ଅନାମ ନାଏକଙ୍କ ଭାବନୀପାଟଣା ସ୍ଥିତ ନାକଟିଗୁଡା ଘର ଓ ମଦନପୁର-ରାମପୁର ସ୍ଥିତ ତାଙ୍କ ହୋଟେଲରେ ଏକକାଳୀନ ଚଢ଼ଉ କରିଥିଲେ । ଚଢ଼ଉ କରିବାର ଗୋଟିଏ ସପ୍ତାହ ପରେ ନାଏକଙ୍କୁ ୨୩ ଜାନୁଆରୀ ଦିନ ଗିରଫ କରାଯାଇଥିଲା ।

ଅନାମ ନାଏକ ୨୦୧୪ ମସିହାରେ ବିଜେଡି ଟିକେଟରେ ଭାବନୀପାଟଣା ନିର୍ବାଚନ ମଣ୍ଡଳୀରୁ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ ।

Leave A Reply

Your email address will not be published.