Latest Odisha News

ସିଭିଲ୍ ସର୍ଭିସେସ୍ ୨୦୨୧ ରେଜଲ୍ଟ ଉପରୁ ଅନ୍ତରୀଣ ରହିତାଦେଶ ହଟାଇଲେ ହାଇକୋର୍ଟ

କଟକ: ଓଡ଼ିଶା ସିଭିଲ୍ ସର୍ଭିସେସ୍ ରେଜଲ୍ଟ ପ୍ରକାଶନ ଉପରେ ହାଇକୋର୍ଟ ଲଗାଇଥିବା ଅନ୍ତରୀଣ ରହିତାଦେଶ ହଟାଇ ନେଇଛନ୍ତି । ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ (OPSC)ର ପିଟିସନର ଶୁଣାଣି କରି ଓସିଏସ୍ ରେଜଲ୍ଟ ଉପରେ ଥିବା ରହିତାଦେଶକୁ କୋର୍ଟ ହଟାଇ ଦେଇଛନ୍ତି ।

ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ରଙ୍କ ଜଣିକିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ବ୍ୟକ୍ତିତ୍ୱ ପରୀକ୍ଷା ଲାଗି ଅନୁମତି ଦିଆଯାଇ ନଥିବା ଅଭିଯୋଗ କରିଥିବା ଦିବ୍ୟାଙ୍ଗ ଆବେଦନକାରୀଙ୍କ ଲାଗି ଗୋଟିଏ ସିଟ୍ ସଂରକ୍ଷିତ ରଖିବା ଲାଗି ଓପିଏସସିକୁ କହିଛନ୍ତି ।

ଜୁଲାଇ ୨୧ରେ ଜଣିକିଆ ଖଣ୍ଡପୀଠ ଆବେଦନକାରୀ ସତୀଶ କୁମାର ପାଣିଗ୍ରାହୀଙ୍କୁ ଅନ୍ତରୀଣ ଆଶ୍ୱସ୍ତି ଦେଇ ବିପକ୍ଷ ପାର୍ଟିକୁ ବ୍ୟକ୍ତିତ୍ୱ ପରୀକ୍ଷା ପାଇଁ ଅନୁମତି ଦେବାକୁ କହିଥିଲେ । ଏଥିସହ କୋର୍ଟ ରେଜଲ୍ଟ ପ୍ରକାଶନ ଉପରେ ରୋକ୍ ଲଗାଇଥିଲେ ।

ଫଳରେ ଶତାଧିକ ଆଶାୟୀଙ୍କ ଭାଗ୍ୟ ଝୁଲି ରହିଥିଲା । ଯାହାକୁ ନେଇ ଅନ୍ତରୀଣ ରହିତାଦେଶ ହଟାଇବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଓପିଏସସି ।

Leave A Reply

Your email address will not be published.