Latest Odisha News

ରାତି ଅଧରେ ବୈଦେଶିକ ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଫୋନ୍… ପଚାରିଲେ ସେଠି କ’ଣ ଚାଲିଛି?

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଦିନ ୧୮ ଘଣ୍ଟାରୁ ଅଧିକ ସମୟ କାମ କରନ୍ତି। ଦଳୀୟ ନେତା ଏପରି କୁହନ୍ତି। ଯାହାର ପ୍ରମାଣ ଏବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କ ଦେଇଛନ୍ତି। ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାବଦରେ ଲେଖାହୋଇଥିବା ‘ମୋଦୀ @ ୨୦: ଡ୍ରିମ୍ସ ମିଟ୍ ଡେଲିଭରି’ ପୁସ୍ତକ ଉପରେ ଆଲୋଚନା ପାଇଁ ନ୍ୟୁୟର୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜୟଶଙ୍କର ଯୋଗ ଦେଇଥିଲେ। ଏହି ସମୟରେ ଆଫଗାନିସ୍ତାନକୁ ତାଲିବାନ କବଜା କରିବା ବେଳର କଥାକୁ କହିଥିଲେ। ଆଉ କହିଥିଲେ ବିଳମ୍ବିତ ରାତିରେ ମୋଦୀ କିପରି ତାଙ୍କୁ ଫୋନ୍ କରିଥିଲେ। ଆଉ କ’ଣ ପଚାରିଥିଲେ।

ଜୟଶଙ୍କର କହିଛନ୍ତି, ‘ବିଳମ୍ବିତ ରାତି ଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଫୋନ୍ କରିଥିଲେ। ଆଉ କିଛି ପ୍ରଶ୍ନ ପଚାରିଥିଲେ । ପ୍ରଥମେ ପଚାରିଥିଲେ ଶୋଇବାକୁ ଯାଇଛ କି? ମୁଁ ତାଙ୍କୁ କହିଥିଲି “ନାଁ ସାର୍”। ତା’ପରେ ସେ ପଚାରିଥିଲେ ସେଠି କ’ଣ ସବୁ ଚାଲିଛି ?, ତା’ପରେ ମୁଁ ତାଙ୍କୁ କହିଥିଲି “ଉଦ୍ଧାର କରିବା ବାଟରେ” । ଆଉ ଫୋନ୍ ରଖିବା ପୂର୍ବରୁ କହିଥିଲେ ଭାରତୀୟଙ୍କୁ ଉଦ୍ଧାର କରିବା କାମ ସରିବା ପରେ ଫୋନ୍ କରିବ।’

ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ମୁଁ ତାଙ୍କୁ ଭେଟିବା ପୂର୍ବରୁ ମଧ୍ୟ ବହୁତ ପସନ୍ଦ କରୁଥିଲି। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଜଣେ ପରିବର୍ତ୍ତନର ଫଳାଫଳ । ପ୍ରକୃତ କଥା ହେଉଛି ତାଙ୍କ ଭଳି କେହି ଜଣେ ଭାରତର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଆଉ ଭାରତରେ କେତେ ପରିବର୍ତ୍ତନ ହୋଇଛି ତାହା ହେଉଛି ମୋଦୀଙ୍କ ନେତୃତ୍ବର ଏକ ପ୍ରମାଣ।

ବିଶ୍ବ ମଞ୍ଚରେ ଚୀନକୁ ଭାରତର ଟାର୍ଗେଟ, ଯୁଦ୍ଧ ଶେଷ କରିବାକୁ କଲା ଆହ୍ୱାନ

ଉଲ୍ଲେଖଯୋଗ୍ଯ, ଏହା ପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦରେ ଜୟଶଙ୍କର ଯୋଗ ଦେଇ ଚୀନକୁ ଚେତାବନୀ ଦେଇଥିଲେ। ନାଁ ନନେଇ ଆତଙ୍କବାଦକୁ କିପରି ପରୋକ୍ଷରେ ଚୀନ୍ ସହଯୋଗ କରୁଛି କହିଥିଲେ ଜୟଶଙ୍କର। ଏଥିସହ ଋଷ ୟୁକ୍ରେନ ଯୁଦ୍ଧ ଶେଷ କରିବାକୁ ଆହ୍ୱାନ କରିଥିଲେ।

ସେ କହିଥିଲେ, ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୬ ମାସରୁ ଅଧିକ ସମୟ ଧରି ଚାଲିଆସୁଛି।ଏହି ଯୁଦ୍ଧର ପ୍ରଭାବ ସାରା ବିଶ୍ୱରେ ପ୍ରଭାବ ପଡୁଛି। ବିଶ୍ବ ଯେଉଁ ପରିସ୍ଥିତି ଦେଇ ଗତି କରୁଛି ଏହାକୁ ନଜରରେ ରଖି ଏହି ଯୁଦ୍ଧକୁ ଯଥାଶୀଘ୍ର ସମାପ୍ତ କରାଯିବା ଉଚିତ୍।

Leave A Reply

Your email address will not be published.