Latest Odisha News

BREAKING NEWS

ମୁହାଁମୁହିଁ ଧକ୍କା ପରେ ଘର ଉପରେ ମାଡ଼ିଗଲା ଟ୍ରକ୍

ବ୍ରହ୍ମପୁର: ମୁହାଁମୁହିଁ ପିଟି ହେଲେ ଦୁଇଟି ଟ୍ରକ୍ । ଏହାପରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଘର ଉପରେ ମାଡ଼ିଗଲା । ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି । ବ୍ରହ୍ମପୁର-ଦିଗପହଣ୍ଡି ୨୧୭ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।

ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲାଞ୍ଜିଆ ଗୋପାଳ ସମାଜ ସଭା ଗୃହ ଆଗରେ ବିପରୀତ ଦିଗରୁ ଆସୁଥିବା ଦୁଇଟି ଟ୍ରକର ଧକ୍କା ହୋଇଥିଲା । ଏତେ ଜୋରରେ ଧକ୍କା ହୋଇଥିଲା ଯେ ଦୁର୍ଘଟଣା ପରେ ଟ୍ରକ ଦୁଇଟି ରାସ୍ତାକଡ଼ରେ ଥିବା ଘର ଉପରେ ମାଡ଼ି ଯାଇଥିଲା । ତେବେ ଏଥିରେ ଘରର କେହି ସଦସ୍ୟ ଆହତ ହୋଇ ନଥିବା ସୂଚନା ମିଳିଛି ।

କେବଳ ଟ୍ରକର ଦୁଇ ଡ୍ରାଇଭର ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଯୋଗୁ ବ୍ରହ୍ମପୁର- ଦିଗପହଣ୍ଡି ରାସ୍ତାରେ କିଛି ସମୟ ବାଧାପ୍ରାପ୍ତ ହୋଇଥିଲା ଗାଡ଼ି ମୋଟର ଚଳାଚଳ । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ ଆନ୍ଦୋଳନ କରିଛନ୍ତି ।

Leave A Reply

Your email address will not be published.